ରୋଗୀଙ୍କୁ ଭାରରେ ବୋହିଲେ ଡାକ୍ତର ଓ ଆମ୍ୱୁଲାନ୍ସ ଡ୍ରାଇଭର

0

ମାଲକାନଗିରି : ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଡ଼ଡୁରାଲ ପଞ୍ଚୟତର ନୂଆଗୁଡ଼ା ଗ୍ରାମରେ ମଙ୍ଗଳବାର ଏକ ଆଭାବନୀୟ ଘଟଣା ଘଟିଛି । ରୋଗୀକୁ ଭାରରେ ବୁହାହୋଇ ଡାକ୍ତରଖାନା ନିଆଯାଇଛି ।

 ସୂଚନା ଅନୁଯାୟୀ, ରାସ୍ତା ନଥିବା ଯୋଗୁଁ ଆମ୍ୱୁଲାନ୍ସ ଗାଁ ଭିତରକୁ ଆସିପାରିନଥିଲା । ଆମ୍ୱୁଲାନ୍ସ ନ ଆସିବାରୁ ଟାଗୋର ସୋସାଇଟିର ଆରୋଗ୍ୟ ପ୍ଲସ ଡାକ୍ତର ଶକ୍ତି ପ୍ରସାଦ ଓ ଆମ୍ୱୁଲାନ୍ସ ଡ୍ରାଇଭର ରୋଗୀକୁ ନୂଆଗୁଡ଼ାରୁ- ବେଲବାଡ଼ି ପର୍ଯ୍ୟନ୍ତ ପ୍ରାୟ ୫ କି.ମି ପର୍ଯ୍ୟନ୍ତ  ଭାରରେ ବୋହି ମୁଖ୍ୟ ରାସ୍ତାକୁ ଆଣିଥିଲେ । ପରେ ରୋଗୀକୁ ବେଲବାଡ଼ିରୁ ଆମ୍ୱଲାନ୍ସ ଯୋଗେ ମାଲକାନଗିରି ଡାକ୍ତରଖାନା ଅଣା ଯାଇଥିଲା।

Leave A Reply