www.samajalive.in
Wednesday, December 10, 2025
23.1 C
Bhubaneswar

ଶ୍ରାବଣ ମାସରେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ବସ୍ତ୍ର; ଭୋଳାନାଥ ହୋଇଥାନ୍ତି କ୍ରୋଧିତ

ଶ୍ରାବଣ ମାସ ଭୋଲା ବାବା ଶଙ୍କରଙ୍କ ପୂଜା କରାଯାଏ । ଏହି ମାସରେ ଶିବ ଭକ୍ତମାନେ ବ୍ରତ ରଖିଥାଆନ୍ତି । ଏହି ମାସରେ ପୂଜାର ପାଠର ମହତ୍ତ୍ବ ଯେତିକି ରହିଥାଏ, ପୋଷାକର ରଙ୍ଗକୁ ନେଇ ମଧ୍ୟ ସେତିକି ମହତ୍ତ୍ବ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହି ମାସରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଦ୍ବାରା ଭୋଳାବାବା ପ୍ରସନ୍ନ ହୋଇଥାଆନ୍ତି ।

କୁହାଯାଏ ସବୁଜ ରଙ୍ଗ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ରଙ୍ଗ । ଯଦି ଆପଣ ସବୁଜ ରଙ୍ଗର ପୋଷାକ ପିନ୍ଧି ମହାଦେବଙ୍କୁ ପୂଜା କରୁଛନ୍ତି ତେବେ ଆପଣଙ୍କ ବିଗିଡି ଯାଇଥିବା କାର୍ଯ୍ୟ ବା ଅଟକି ରହିଥିବା କାର୍ଯ୍ୟ ପୁରା ହେବ । ଭୋଳାନାଥ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

- Advertisement -

ଏହି ମାସରେ ସବୁଜ ରଙ୍ଗର ପୋଷାକ ଧାରଣ କରିବା ସହ ସବୁଜ ରଙ୍ଗର ଚୁଡି ମଧ୍ୟ ପିନ୍ଧିବା ଅତି ଉତ୍ତମ ହୋଇଥାଏ । ବିବାହିତ ମହିଳାମାନେ ସବୁଜ ରଙ୍ଗର ପାଣି କାଚ ଚୁଡି ପିନ୍ଧିଲେ ଏହାକୁ ଶୁଭ ବୋଲି କୁହାଯାଏ ।

ଶ୍ରାବଣ ମାସରେ ଭୁଲରେ ବି କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ ନୁହେଁ । ଏହା ଦ୍ବାରା ଭୋଳାନାଥ କ୍ରୋଧିତ ହୋଇଥାଆନ୍ତି ।

ଭଲ ଚାକିରି ବା ପଦୋନ୍ନତି ପାଇଁ ଆପଣ ଶ୍ରାବଣ ମାସରେ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ମହାଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ବହୁତ ଶୀଘ୍ର ଚାକିରି ମିଳିବ କିମ୍ବା ପଦୋନ୍ନତି ହେବ ।  

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories