କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନ ପାଇଁ ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଶନିବାର ମତଦାନ ପରେ ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ ଗୁଡ଼ିକୁ କଡ଼ା ସୁରକ୍ଷାବଳୟ ମଧ୍ୟରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ରଖାଯାଇଛି। ପ୍ରାୟ ୭୨ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା, ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରାଥମିକ ଆକଳନ ଅନୁସାରେ ସୂଚନା ଦେଇଛନ୍ତି। କେତେକ ସ୍ଥାନରେ ରାତି ୮ଟା ଯାଏ ମତଦାନ ହୋଇଥିବା ଜଣା ପଡିଛି । ଆସନ୍ତା ୨୪ତାରିଖ ଦିନ ଭୋଟ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ।
ଅନ୍ୟପକ୍ଷରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ପାଟକୁରାରେ ୪ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ପାଟକୁରା ନିର୍ବାଚନ : କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ଏବଂ ଭିଭିପାଟ୍,୨୪ରେ ଫଳାଫଳ
Popular Categories



