www.samajalive.in
Monday, December 15, 2025
17.1 C
Bhubaneswar

ଏସବୁ ଜିନିଷ ଦାନ କରୁଛନ୍ତି କି? ମାଡି ଆସିବ ଦୁଃଖ..

ଜ୍ୟୋତିଷ ଶାସ୍ତ୍ରରେ ଦାନର ଖୁବ୍‌‌ ମହତ୍ତ୍ୱ ରହିଛି। ଦାନ ଦେବା ଦ୍ୱାରା ଜାତକରେ ଥିବା ବିଭିନ୍ନ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ। ଜୀବନରେ ଥିବା ଅନେକ ସମସ୍ୟା, ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ନିଜର ସକ୍ଷମ ଅନୁଯାୟୀ ଦାନ କରି ପାରିବେ। ଏହାଦ୍ୱାରା ଅଧିକ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ତେବେ ଦାନ ଦେବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଜାଣନ୍ତୁ କେଉଁ ଜିନିଷ ଦାନ ଦେବା ଦ୍ୱାରା ସୌଭାଗ୍ୟ ପରିବେର୍ତ୍ତ ର୍ଦୁଭାଗ୍ୟରେ ପରିଣତ ହୋଇଥାଏ।

ସୋରିଷ ତେଲ ଦାନ ଦେବା ଅତ୍ୟନ୍ତ ଲାଭଦାୟକ। ମାତ୍ର କିଛି ଲୋକେ ବ୍ୟବହାର ହୋଇଥିବା ତେଲ ଦାନ କରନ୍ତି। ଏହା ଶୁଭଙ୍କର ନୁହେଁ। କଦାପି ବ୍ୟବହାର କରାଯାଇଥିବା ତେଲ ଦାନ ଦିଅନ୍ତୁ ନାହିଁ। ଏହାଦ୍ୱାରା ଶନିଦେବଙ୍କ କୋପର ଶିକାର ହେବାକୁ ପଡିଥାଏ।

- Advertisement -

ସୂର୍ଯ୍ୟାସ୍ତ ହେବା ପରେ ହଳଦୀ ଦାନ ଦେବା ଉଚିତ୍‌‌ ନୁହେଁ। ବିଶେଷ କରି ଗୁରୁବାର ଦିନ ହଳଦୀ ଦାନ ଦିଅନ୍ତୁ ନାହିଁ। ହଳଦୀଙ୍କ ସମ୍ବନ୍ଧ ଗୁରୁ ଗ୍ରହଙ୍କ ସହ ରହିଛି। ହଳଦୀ ଦାନ ଦେବା ଦ୍ୱାରା ଗୁରୁ ଗ୍ରହ ଜାତକରେ ଦୁର୍ବଳ ହୋଇ ଥାଆନ୍ତି। ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ।

କଦାପି ଲୁଣ ଦାନ କରନ୍ତୁ ନାହିଁ। ଲୁଣ ଦାନ ଦେବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ଧନର ଅଭାବ ଲାଗି ରହିଥାଏ।

ପ୍ଲାଷ୍ଟିକ୍‌‌, ଷ୍ଟିଲ୍‌‌ ଓ ଆଲୁମିନିୟମ କିମ୍ବା ଏଥିରୁ ତିଆରି ଜିନିଷ କଦାପି ଦାନ ଦେବା ଉଚିତ୍‌‌ ନୁହେଁ। ଏସବୁ ଜିନିଷର ଦାନ ଦେବା ଦ୍ୱାରା ଅଶୁଭ ହୋଇଥାଏ। କର୍ମକ୍ଷେତ୍ରରେ ବାଧା ସହ ବ୍ୟବସାୟରେ କ୍ଷତି ହୋଇଥାଏ। ପରିବାରରୁ ସୁଖଶାନ୍ତି ଦୂର ହୋଇଥାଏ।

ଅନେକ ସମୟରେ ଏପରି ଦେଖାଯାଏ, ଲୋକେ ବିଭିନ୍ନ ଧାର୍ମିକ ପୁସ୍ତକ ଦାନ ଦେଇଥାଆନ୍ତି। ମାତ୍ର ଏପରି କରିବା ଦ୍ୱାରା ଘରେ ର୍ଦୁଭାଗ୍ୟ ପ୍ରବେଶ କରିଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories