www.samajalive.in
Sunday, December 7, 2025
23.1 C
Bhubaneswar

ଦୀପ ଲଗାଇବାର ସଠିକ ନିୟମ

ପ୍ରତିଦିନ ଗୃହରେ ପୂଜାର୍ଚ୍ଚନା କରିବା ସମୟରେ ଦୀପ ଲଗାଇବା ଏକ ବିଧି ଅଟେ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଭଗବାନଙ୍କୁ ଦୀପ ଅର୍ପଣ କଲେ ହିଁ ପୂଜା ସଂପୂର୍ଣ୍ଣ ହୋଇଥାଏ ବୋଲି ମାନ୍ୟତା ରହିଛି। ପୂଜା କରିବା ସମୟରେ ଆରତୀ କରିବା ପରେ ହିଁ ପୂଜାର ମହତ୍ତ୍ୱ ପୂରଣ ହୋଇଥାଏ। ଆଲୋକ ସର୍ବଦା ଅନ୍ଧକାରକୁ ଦୂର କରିଥାଏ। ସେହିଭଳି ଭଗବାନଙ୍କ ସମ୍ମୁଖରେ ଦୀପ ଲଗାଇଲେ ଜୀବନରେ ଥିବା ଦୁଃଖ ରୂପକ ଅନ୍ଧକାର ଦୂରେଇ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ମାତ୍ର ଏହି ଦୀପ ଅର୍ପଣର କେତେକ ନିୟମ ରହିଛି,ଏହି ନିୟମକୁ ମାନି ଦୀପ ଅର୍ପଣ କଲେ ଆମକୁ ବହୁ ଶୁଭ ଫଳ ମିଳିଥାଏ। ଜାଣନ୍ତୁ ସେହି ନିୟମ ବିଷୟରେ…………….
ଘିଅର ଦୀପ – ଏହି ଦୀପ ଅର୍ପଣ କରିବା ବେଳେ ଏହା ଠାକୁରଙ୍କ ଡ଼ାହାଣ ପଟେ ଓ ନିଜର ବାମ ପଟେ ରହିବା ଆବଶ୍ୟକ। ଏହା ଦ୍ୱାରା ବହୁ ଶୁଭ ଫଳ ମିଳିଥାଏ।ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ।


ତେଲର ଦୀପ – ଏହି ଦୀପ ଅର୍ପଣ ବେଳେ ଏହା ଭଗବାନଙ୍କ ବାମ ପଟେ ଓ ନିଜର ଡ଼ାହାଣ ପଟେ ରହିବା ଆବଶ୍ୟକ। ଏହା ଦ୍ୱାରା ଶରୀରରୁ ରୋଗ ଦୂରେଇ ରହିବା ସହ ଗୃହର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ।

- Advertisement -


ଦୀପରେ ସର୍ବଦା ତୁଳାରେ ପ୍ରସ୍ତୁତ ବଳିତା ହିଁ ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ଦୀପ ଅର୍ପଣର ମହତ୍ତ୍ୱ ବୃଦ୍ଧି ହୋଇଥାଏ।
ଯଦି ମାଟି ଦୀପ ଅର୍ପଣ କରୁଛନ୍ତି, ସର୍ବଦା ଧ୍ୟାନ ଦେବେ ଯେପରି ଏହା ସାମାନ୍ୟ ମାତ୍ର ଭାଙ୍ଗି ନଥିବ । ଭଙ୍ଗା ଦୀପ ଅର୍ପଣ କରିବା ଅଶୁଭ ଅଟେ।


ଦୀପ ସମର୍ପଣ କରିବା ବେଳେ କଥାବାର୍ତ୍ତା ନ କରି, କେବଳ ଭଗବାନଙ୍କୁ ସ୍ମରଣ କରିବା ଉଚିତ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories