www.samajalive.in
Monday, December 8, 2025
14.1 C
Bhubaneswar

ସମାଜସେବୀ ନଳିନୀକାନ୍ତଙ୍କ ପ୍ରୋତ୍ସାହନରେ ଲୋଟସ୍ କ୍ଲବ ଦ୍ୱାରା ମାସ୍କ ଓ ସାନିଟାଇଜର ବଣ୍ଟନ

ବାଲିକୁଦା : ବର୍ତ୍ତମାନ ସାରା ଦେଶ ମହାମାରୀ କରୋନା ବିରୋଧରେ ଲଢେଇ କରୁଛି। ଦିନକୁ ଦିନ ସଂକ୍ରମଣ ମାମଲାରେ ବୃଦ୍ଧି ଘଟୁଛି। ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଉଠାଯାଉଛି । ତେବେ ଅନେକ ସାମାଜିକ ସଂଗଠନ ମଧ୍ୟ ଆଗକୁ ଆସି ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି । ଏହାରି ମଧ୍ୟରେ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକର ଜଣାଶୁଣା ସମାଜସେବୀ ଇଂ ନଳିନୀକାନ୍ତ ସ୍ୱାଇଁ ଆଗକୁ ଆସି ଲୋକମାନଙ୍କୁ ସଚେତନତା କରିବା ସହ ମାସ୍କ, ସାନିଟାଇଜର ବଣ୍ଟନ କରୁଛନ୍ତି । ସ୍ୱାଇଁ ଅନେକ ସାମାଜିକ ସଂଗଠନ ଏବଂ କ୍ଲବ ସହ ମିଶି କରୋନାକୁ ନେଇ ସଚେନତା ସୃଷ୍ଟି କରୁଛନ୍ତି । ସମାଜସେବୀ ନଳିନୀକାନ୍ତଙ୍କ ପ୍ରୋତ୍ସାହନରେ ଉଦୀୟମାନ ଯୁବ ସାମାଜିକ କ୍ଲବ ଲୋଟସ୍ କ୍ଲବ ଅପଣ୍ଡରା ପଞ୍ଚାୟତରେ ମାସ୍କ, ସାନିଟାଇଜର ବାଣ୍ଟିବା ସହ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିଛି । ଲୋଟସ୍ କ୍ଲବର ସଦସ୍ୟମାନେ ପ୍ରତି ଗାଁରେ ଘର ଘର ବୁଲି ମାସ୍କ ଏବଂ ସାନିଟାଇଜର୍ ବାଣ୍ଟିଥିଲେ । ଏଥିସହ କେମିତ କରୋନାଠୁ ସୁରକ୍ଷିତ ରହିବା ସେନେଇ ସଚେତନ କରାଇଥିଲେ । ପ୍ରାୟ ଅପଣ୍ଡରା ପଞ୍ଚାୟତର ୬ରୁ ୭ଟି ଗାଁରେ ଏହି କାର୍ଯ୍ୟକ୍ରମ କରାଯାଇଛି । ସମାଜସେବୀ ଇଂ ନଳିନୀ ସ୍ୱାଇଁ ଏହି ଅବସରରେ କହିଥିଲେ ଯେ, କରୋନା ଭଳି ମହାବିପତ୍ତି ସମୟରେ ଲୋକମାନଙ୍କୁ ସହାୟତା କରିବା ଆମ କର୍ତ୍ତବ୍ୟ ଏବଂ ଲୋଟସ୍ କ୍ଲବକୁ ମୁଁ ଧନ୍ୟବାଦ ଦେଉଛି ଯେ ସେମାନେ କରୋନାକୁ ଭୟ ନକରି ଲୋକମାନଙ୍କ ସହାୟତା କରିବା ପାଇଁ ମୋ ସହିତ ଯୋଡି ହୋଇଛନ୍ତି । ଆମେ ଆଗକୁ ମଧ୍ୟ ଏପରି କାର୍ଯ୍ୟ ଜାରି ରଖିବୁ । ବର୍ତ୍ତମାନ ସମୟରେ ଆମେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କଲେ କରୋନାକୁ ହରାଇ ପାରିବା ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ଲାଟସ୍ କ୍ଲବର ସହ ସମ୍ପାଦକ ରଞ୍ଜନ ଦାସଙ୍କ ନେତୃତ୍ୱରେ ସଦସ୍ୟ ବିଭୂତି ନାୟକ, ପୁସ୍କର ଦାସ, ଆଶିଷ ବରାଳ, ଅମିୟ ରଞ୍ଜନ ନାୟକ, ସୂର୍ଯ୍ୟକାନ୍ତ ବିଶ୍ୱାଳ ଏବଂ ଆଶୁତୋଷ ବରାଳ ପ୍ରମୁଖ ଏହି ସଚେତନତା ଏବଂ ବଣ୍ଟନ କାର୍ଯ୍ୟକ୍ରମ ସଫଳ କରିଥିଲେ । ସହ ସଂପାଦକ ରଞ୍ଜନ ଦାସ ସମାଜସେବୀ ନଳିନୀକାନ୍ତ ଙ୍କ ଏହି ପ୍ରୋତ୍ସାହନ ପାଇଁ ଧନ୍ୟବାଦ ଦେଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories