ଡେସ୍କ: ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପକ୍ଷରୁ ୨୦୨୧ ଓ ୨୦୨୨ ବର୍ଷ ପାଇଁ ଜାତୀୟ ପୁରସ୍କାର ନିମନ୍ତେ ଗତ ଜୁଲାଇ ୧୫ ତାରିଖରୁ ଆବେଦନ ଆରମ୍ଭ ହୋଇଛି। ପୁରସ୍କାର ପୋର୍ଟାଲ www.awards.gov.in ମାଧ୍ୟମରେ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିହେବ। ବିଭାଗୀୟ ୱେବସାଇଟ www.disabilityaffairs.gov.inରେ ଏହି ବିଜ୍ଞାପନ ଉପଲବ୍ଧ ଅଛି। ଉପରୋକ୍ତ ପୁରସ୍କାରର ଆବେଦନ/ନାମାଙ୍କନ ଦାଖଲକୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଇବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ସରକାର ଏବଂ ଅନ୍ୟ ବିଭାଗଗୁଡିକୁ ଗତ ୧୯ ତାରିଖରେ ଚିଠି ପଠାଯାଇଛି।
Popular Categories



