କାଲିଠୁ ଡିପ୍ଥେରିଆ ବୁଷ୍ଟର ଡୋଜ୍: ମାସ୍କ ପିନ୍ଧିବାକୁ ଅନୁରୋଧ
ଭୁବନେଶ୍ଵର: ସାରା ରାଜ୍ୟକୁ ଘାରିଛି ଡିପଥେରିଆ ଚିନ୍ତା। ଏ ନେଇ ଜନସ୍ଵାସ୍ଥ୍ୟ ନିର୍ଦେଶକ କହିଛନ୍ତି ଆଣ୍ଟିବାୟୋଟିକ୍ ଦ୍ଵାରା ଡିପଥେରିଆ ମୂଳପୋଛ ହୋଇପାରିବ। ଯେହେତୁ ଏହା ବାୟୁବାହିତ ରୋଗ, ତେଣୁ ଲୋକମାନେ ମାସ୍କ ପିନ୍ଧନ୍ତୁ। ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରୁ ୨୧ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସେପଟେ ଡିପଥେରିଆ ମୁକାବିଲା ପାଇଁ ଆସନ୍ତାକାଲି(ବୁଧବାର)ଠାରୁ ବୁଷ୍ଟର ଡୋଜ୍ ଦିଆଯିବ। ଏ ନେଇ ପରିବାର କଲ୍ୟାଣ ନିର୍ଦେଶିକାଙ୍କ ପକ୍ଷରୁ ସୂଚନା ମିଳିଛି। ୧ ବର୍ଷ ଶିଶୁଙ୍କୁ ପେଣ୍ଟାଡୋଜ୍ ଓ ୫ରୁ ୧୫ ବର୍ଷଙ୍କୁ ଟିଡି ଡୋଜ୍ ଦିଆଯିବ। ଏହାକୁ ନେଇ ସର୍ଭେଲାନ୍ସ ଚାଲିଛି ଏବଂ ଲକ୍ଷଣ ଥିଲେ ଆଣ୍ଟିବାୟୋଟିକ୍ ଦିଆଯାଉଛି। ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ଅଞ୍ଚଳରେ ବୁଷ୍ଟର ଡୋଜ୍ ଦିଆଯିବ।
Comments are closed.