www.samajalive.in
Sunday, December 7, 2025
26.1 C
Bhubaneswar

୩୭୩ କୋଟିରେ ନିଲାମ ହେଲା ଡାଇନୋସର କଙ୍କାଳ

ଆମେରିକାରେ ମିଳିଥିବା ଏକ ଡାଇନୋସର କଙ୍କାଳ ୩୭୩ କୋଟି ଟଙ୍କାରେ ନିଲାମ ହୋଇଥିବା ଜଣାପଡ଼ିଛି। ଆମେରିକାର କଲୋରାଡୋ ବାସିନ୍ଦା ଜାସନ କୁପର ନିଜ ବାସଗୃହର ବାରିପଟେ ନିର୍ମାଣ କାର୍ଯ୍ୟ ପାଇଁ ଖନନ କରୁଥିବା ବେଳେ ବହୁସଂଖ୍ୟକ ହାଡ଼ ପାଇଥି​‌ଲେ। କୁପର ଜଣେ ସରୀସୃପ ବିଶେଷଜ୍ଞ ହୋଇଥିବାରୁ ମିଳିଥିବା ହାଡ଼ଗୁଡ଼ିକୁ ଠିକ୍‌ କ୍ରମରେ ସଜାଇବା ପରେ ତାହା ଏକ ଷ୍ଟେଗାସରସ୍‌ ଡାଇନୋସର କଙ୍କାଳ ବୋଲି ଜାଣିବାକୁ ପାଇଲେ। ସେହି କଙ୍କାଳକୁ ନ୍ୟୁୟର୍କରେ ନିଲାମ କରାଯାଇଥିଲା।

ଏହାକୁ ୮ଜଣ ବ୍ୟକ୍ତି ମିଶି ଭାରତୀୟ ମୁଦ୍ରାରେ ୩୭୩ କୋଟି ଟଙ୍କାରେ କିଣିଥିଲେ। ଏହି ଡାଇନୋସର ୧୧ ଫୁଟ ଲମ୍ବା ହୋଇଥିବା ବେଳେ ତାହାର ୩୧୯ଟି ହାଡ଼ ରହିଥିଲା। ଅନ୍ୟପକ୍ଷରେ ଏହି ଡାଇନୋସର କଙ୍କାଳକୁ ନିଲାମ ନ କରି ସଂଗ୍ରହାଳୟରେ ରଖିବାକୁ କେତେକ ବ୍ୟକ୍ତି ପ୍ରସ୍ତାବ ଦେଇଥିଲେ। ତେବେ କୁପର ସେହି ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଦେଇଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories