www.samajalive.in
Monday, December 8, 2025
14.1 C
Bhubaneswar

ରାତି ଖାଦ୍ୟକୁ ଅଣଦେଖା କରୁଥିଲେ ……..

ଅନେକ ସମୟରେ ଲୋକେ ରାତିର ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଅନେକ ଲୋକେ ଓଜନ ହ୍ରାସ ପାଇଁ ମଧ୍ୟ ରାତି ଖାଦ୍ୟ ଠାରୁ ଦୂରେଇ ରୁହନ୍ତି। ସେହିପରି କିଛି ଲୋକେ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ କାର୍ଯ୍ୟାଳୟରୁ ଫେରି ହାଲିଆ ଅନୁଭବ କରି ଖାଦ୍ୟ ପ୍ରସ୍ତୁତ କରି ନପାରି କିଛି ନଖାଇ ଶୋଇ ପଡନ୍ତି। କିଛି ଲୋକେ ସକାଳର ଜଳଖିଆ ଓ ଦିନ ସମୟରେ ଅଧିକ ଖାଦ୍ୟ ଖାଇ ରାତିରେ ଖାଇବାକୁ ଇଚ୍ଛା କରନ୍ତି ନାହିଁ। କିଛି ଲୋକେ ରାତିରେ କମ ପୁଣି କିଛି ଲୋକେ ରାତିରେ ବେଶି ମଧ୍ୟ ଖାଇଥାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ସେହିପରି ଯେଉଁମାନେ ରାତିରେ ଆଦୌ ଖାଆନ୍ତି ନାହିଁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ରାତିରେ ଖାଦ୍ୟ ନଖାଇଲେ ଓଜନ ହ୍ରାସ ହୋଇଥାଏ ବୋଲି ଅନେକଙ୍କ ଧାରଣା। ମାତ୍ର ଜାଣନ୍ତୁ ରାତିରେ ଖାଦ୍ୟ ନଖାଇଲେ କି କି ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇଥାଏ।
ଏକ ଅଧ୍ୟୟନ ଅନୁଯାୟୀ, ରାତି ଖାଦ୍ୟ ସାରା ଦିନର ଆହାର ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ। ଇଚ୍ଛାନୁଯାୟୀ ରାତିରେ ଅଳ୍ପ ଖାଆନ୍ତୁ। ମାତ୍ର ସମ୍ପୂର୍ଣ୍ଣ ଭୋକିଲା ଶୁଅନ୍ତୁ ନାହିଁ। ନିୟମିତ ରାତି ୧୦ ଟା କିମ୍ବା ୧୧ଟାରେ ଶୋଉଥିଲେ, ରାତିରେ ହାଲକା ଭୋଜନ କରନ୍ତୁ। ଯେଉଁମାନେ ରାତିରେ ୮ଟା ରୁ ୯ଟା ମଧ୍ୟରେ ଶୁଅନ୍ତି ସେମାନେ ଅଧିକ ରସ ଥିବା ଫଳ ସେବନ କରିପାରିବେ।
ନିୟମିତ ରାତିରେ ଖାଦ୍ୟ ନଖାଇଲେ ଏହାର କୁପ୍ରଭାବ ଶରୀର ସହ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ। ରାତିରେ ନଖାଇ ଶୋଇବା ଦ୍ୱାରା ବିଳମ୍ବିତ ରାତିରେ ନିଦ ଭାଙ୍ଗିବା ଦ୍ୱାରା ସ୍ୱାସ୍ଥ୍ୟକର ଖାଦ୍ୟ ବଦଳରେ ଜଙ୍କ୍‍ ଫୁଡ୍‍ ମଧ୍ୟ ଖାଇଥାଆନ୍ତି। ଯାହା ସ୍ୱାସ୍ଥ୍ୟ ସହ ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ। କାର୍ଯ୍ୟ କରିବାର ଇଚ୍ଛା ଶକ୍ତି ହ୍ରାସ ପାଇଥାଏ। ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ।
ରାତିରେ ଖାଦ୍ୟ ନଖାଇଲେ ନିଦ ପ୍ରଭାବିତ ହୋଇଥାଏ। ମସ୍ତିଷ୍କ ଜନିତ ରୋଗ ହୋଇଥାଏ। ରାତିରେ ଖାଦ୍ୟ ନଖାଇବା ଦ୍ୱାରା ଦୁଶ୍ଚିନ୍ତା, ମୁଣ୍ଡ ବିନ୍ଧା, ରାତିରେ ଭଲ ଭାବେ ନିଦ ହୋଇନଥାଏ।
ରାତିରେ ଖାଦ୍ୟ ନଖାଇବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ହୋଇଥାଏ। କୋଷ୍ଠକାଠିନ୍ୟ, ରକ୍ତରେ ଶର୍କରା ଆଦି ପ୍ରଭାବିତ ହୋଇଥାଏ।
ରାତିରେ ଖାଦ୍ୟ ନଖାଇବା ଦ୍ୱାରା ସକାଳେ ଉଠିବା ମାତ୍ରେ ହାଲିଆ ଅନୁଭବ ହୋଇଥାଏ। କାର୍ଯ୍ୟ କରିବାକୁ ଇଚ୍ଛା ହୋଇନଥାଏ। ରାତିରେ ଅଳ୍ପ ହେଉ ଅଥବା ସଠିକ ପରିମାଣରେ ଖାଦ୍ୟ ନିଶ୍ଚୟ ମଧ୍ୟ ଖାଆନ୍ତୁ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories