www.samajalive.in
Saturday, December 6, 2025
15.1 C
Bhubaneswar

ରାତିରେ ଖାଆନ୍ତୁ ନାହିଁ ଏହି ଜିନିଷ

ଓଜନ ହ୍ରାସ ପାଇଁ, ଖାଦ୍ୟ ଏବଂ ପାନୀୟ ସହିତକିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ।ଏପରି କିଛି ଜିନିଷ ଅଛି ଯାହା ଅତ୍ୟଧିକ ପୁଷ୍ଟିକର ମାତ୍ର ତାହାକୁ ସମୟ ଅନୁଯାୟୀ ହିଁ ସେବନ କରିବା ଉଚିତ। ଏଭଳି କିଛି ଜିନିଷ ରହିଛି, ଯାହାକୁ ରାତିରେ ଖାଇବାକୁ ବାରଣ କରାଯାଇଛି। କିମ୍ବା ଶୋଇବା ପୂର୍ବରୁ ଏହି ଜିନିଷ ଖାଇବା ଉଚିତ୍ ନୁହେଁ କାରଣ ଏହା ଓଜନବୃଦ୍ଧି କରିଥାଏ। ଜାଣନ୍ତୁ…..
ଘିଅରେ ତିଆରି ଜିନିଷ – ଘିଅରେ ପ୍ରସ୍ତୁତ ଜିନିଷ ହଜମ କରିବାକୁ ଏହା ବହୁତ ସମୟ ନେଇଥାଏ, ତେଣୁ ରାତିରେ ଶୋଇବା ପୂର୍ବରୁ ଘିଅରେ ତିଆରି ଜିନିଷ ଜିନିଷ ଖାଇବା ଉଚିତ୍ ନୁହେଁ ।
ମଇଦା
ମଇଦା ମଧ୍ୟ ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ। ସେହିପରି ଭାତ, ସିଙ୍ଗଡା, ଛଣାଛଣି ଜିନିଷ ଖାଇବା ପରେ ତୁରନ୍ତ ଶୋଇବା ଉଚିତ ନୁହେଁ। ମୋଟାପଣ ମଧ୍ୟ ବୃଦ୍ଧି ହୋଇଥାଏ।
ପାଉଁରୁଟି – ପାଉଁରୁଟି ଖାଇବାର ଅଭ୍ୟାସ ଥିଲେ ଧଳା ପାଉଁରୁଟି ବଦଳରେ ମାଟିଆ ପାଉଁରୁଟି ଖାଇପାରିବେ।
କଦଳୀ ଖିର – ଅନେକ ଲୋକେ ରାତିରେ କଦଳୀ ଓ ଖିର ଖାଇଥାଆନ୍ତି। ମାତ୍ର ରାତି ପରିବର୍ତ୍ତେ ଆପଣ ଜଳଖିଆରେ ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories