www.samajalive.in
Saturday, December 6, 2025
26.1 C
Bhubaneswar

ଆୟୁର୍ବେଦ ଅନୁଯାୟୀ ରାତିରେ ଖାଆନ୍ତୁ ଏହି ଖାଦ୍ୟ

କିଛି ସ୍ୱତନ୍ତ୍ର ଖାଦ୍ୟ ରହିଛି,ଯାହାକୁ ରାତିରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଆୟୁର୍ବେଦରେ ମଧ୍ୟ ଏନେଇ ବର୍ଣ୍ଣନା କରାଯାଇଛି। ଆୟୁର୍ବେଦ ଅନୁଯାୟୀ ରାତିରେ ପାଚନ କ୍ରିୟା ଧିର ହୋଇଥାଏ। ତେଣୁ ରାତିରେ ସର୍ବଦା ହାଲକା ଭୋଜନ କରିବା ଉଚିତ।
ରାତିରେ ପନିପରିବାର ସୁପ୍‍ ସେବନ କରନ୍ତୁ। ଏହା ହାଲକା ଓ ଖୁବ ସହଜରେ ହଜମ ହୋଇଥାଏ। ରାତି ଖାଦ୍ୟ ପାଇଁ ଏହା ସର୍ବୋତ୍ତମ। ଯେଉଁ ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ,ତାହା ପେଟରେ ରହି ବିଷାକ୍ତ ହୋଇଯାଏ।
ପନିପରିବାକୁ ଅଳ୍ପ ତେଲରେ ଭାଜି ଏହାକୁ ଖାଇପାରିବେ। ଏହା ସହଜରେ ପ୍ରସ୍ତୁତ ହେବା ସହ ସହଜରେ ହଜମ ହୋଇଥାଏ। ମସଲା ନଥିବାରୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇଥାଏ।
ଡାଲି ଓ ଚଟଣି ମଧ୍ୟ ଖାଇପାରିବେ। ମାତ୍ର ଡାଲି ଅତ୍ୟଧିକ ବହଳିଆ ହୋଇନଥିବା ଆବଶ୍ୟକ। ଚଟଣି ମଧ୍ୟରେ ଧନିଆପତ୍ର,ପୁଦିନା ଭଳି ଚଟଣି ଖାଇପାରିବେ। ଏହା ସହଜରେ ହଜମ ହୋଇଥାଏ।
ଯଅର ସୁପ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ୍‍ ଉପକାରୀ। ଏହା ଓଜନ ହ୍ରାସ,ମଧୁମେହକୁ ନିୟନ୍ତ୍ରଣ ଓ ବୃକକ୍‍ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
ବେସନ କିମ୍ବା ଓଟସ ଅଟାରେ ଚକୁଳି ଭରି ପ୍ରସ୍ତୁତ କରି ଚଟଣି ସହ ରାତିରେ ସେବନ କରନ୍ତୁ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories