www.samajalive.in
Saturday, December 6, 2025
14.1 C
Bhubaneswar

ବର୍ଷାଦିନେ ଏହି ଉପାୟରେ ନିଜ ଫୋନ୍‍କୁ ରଖନ୍ତୁ ସୁରକ୍ଷିତ

ସାଧାରଣତଃ ବର୍ଷାଦିନେ ସ୍ମାର୍ଟଫୋନ୍‍ ଖରାପ ହେବା ସମସ୍ୟା ଦେଖା ଦେଇଥାଏ। ଏହାର ମୁଖ୍ୟ କାରଣ ହେଉଛି ଫୋନ୍‍ ପାଣିରେ ପଡ଼ିଯିବା କିମ୍ବା ଫୋନ୍‍ର କୌଣସି ଅଂଶରେ ପାଣି ପଶିଯିବା ଏବଂ ଓଦା ହୋଇଯିବା। ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଆମ ଶରୀରର ଏକ ଅଙ୍ଗ ସଦୃଶ କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ଆମେ ଏହାର ଯତ୍ନ ନେବା ମଧ୍ୟ ନିହାତି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ବର୍ଷାଦିନେ ସ୍ମାର୍ଟଫୋନର ଯତ୍ନ କିପରି ନେବେ –

୧. ବର୍ଷାଦିନେ ସବୁବେଳେ ରେନ୍‍ କୋଟ୍‍ ପାଖରେ ରଖିବା ଆବଶ୍ୟକ। ଅନେକ ଥର ହଠାତ୍‍ ବର୍ଷା ହେବା କାରଣରୁ ଫୋନରେ ପାଣି ପଶି ଯାଇଥାଏ ଏବଂ ଖରାପ ହୋଇ ଯାଇଥାଏ। ଏଭଳି ପରିସ୍ଥିତିରେ ରେନ୍‍ କୋଟ୍‍ ଆପଣଙ୍କୁ ଓ ଆପଣଙ୍କ ଫୋନ୍‍କୁ ପାଣିରୁ ବଞ୍ଚାଇବ।

- Advertisement -

୨. ବର୍ଷାଦିନେ ସବୁଠୁ ଭଲ କାମ କରିଥାଏ ୱାଟରପ୍ରୁଫ୍‍ ପାଉଚ୍‍। ଏହା ସାହାଯ୍ୟରେ ଫୋନ୍‍ ସହ ଜୁରୁରୀ କାଗଜପତ୍ରକୁ ମଧ୍ୟ ପାଣିରୁ ସୁରକ୍ଷିତ ରଖିପାରିବେ।

୩. ବର୍ଷାଦିନେ ଆବଶ୍ୟକ ସ୍ଥଳେ ବ୍ଲଟୁଥ୍‍ ହେଡ୍‍ଫୋନ୍‍ କିମ୍ବା ଇୟରପଡ୍‍ସ ବ୍ୟବହାର କରନ୍ତୁ। ଏହାଦ୍ୱାରା ଫୋନ୍‍ ପାଣି ସମ୍ପର୍କରେ ଆସିବ ନାହିଁ। ଅନେକ ଥର ଜ୍ୟାକ୍‍ପିନ୍‍ କିମ୍ବା ଚାର୍ଜିଂ ସକେଟ୍‍ ମଧ୍ୟ ଦେଇ ପାଣି ଫୋନ୍‍ ଭିତରକୁ ପଶିଥାଏ। ଏଥିସହ ମାଇକ୍ରୋଫୋନରେ ମଧ୍ୟ ପାଣି ପଶିବା କାରଣରୁ ଅନେକ ସମସ୍ୟା ଦେଖା ଦେଇଥାଏ। ଏପରି ସ୍ଥଳରେ ଇୟରପଡ୍‍ କିମ୍ବା ହେଡ୍‍ଫୋନ୍‍ ଏକ ଭଲ ବିକଳ୍ପ।

୪. ବେଳେବେଳେ ଅନେକ ଚେଷ୍ଟ ପରେ ମଧ୍ୟ ଫୋନ୍‍ ଓଦା ହୋଇଯାଏ। ଏପରି ସ୍ଥଳରେ ଫୋନ୍‍ର ସ୍ୱିଚ୍‍ ଅଫ୍‍ କରି ଫ୍ୟାନ୍‍ ପବନରେ ଅଧଘଣ୍ଟା ରଖି ଦିଅନ୍ତୁ। କିମ୍ବା ସ୍ୱିଚ୍‍ ଅଫ୍‍ କରି ଚାଉଳ ଡବାରେ ରଖି ଦିଅନ୍ତୁ। ଚାଉଳ ଓଦା ଶୁଖାଇଦେବ।

୫. ବର୍ଷାଦିନେ ଦୁଇ ଚକିଆ ଯାନରେ ଯାଉଥିଲେ ଫୋନ୍‍କୁ ଡିକିରେ ରଖିଦିଅନ୍ତୁ। ପଲିଥିନ୍‍ରେ ଗୁଡ଼ାଇଥିଲେ ମଧ୍ୟ ଏକ୍‍ ନ୍ୟାପ୍‍କିନ୍‍ରେ ଫୋନ୍‍କୁ ରଖନ୍ତୁ। ଏପରି କଲେ ଯଦି କିଛି ପାଣି ଲାଗେ ତାହେଲେ ନ୍ୟାପ୍‍କିନ ତାକୁ ଶୋଷଣ କରିନେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories