www.samajalive.in
Saturday, December 6, 2025
26.1 C
Bhubaneswar

ଏହି ସବୁ ଦାଗ ଛଡାଇବା ପାଇଁ ବ୍ୟବହାର କରନ୍ତୁ ନେଲ୍‍ ପଲିସ୍‍ ରିମୁଭର

ନେଲ୍‍ ପଲିସ୍‍ ରିମୁଭରର ଅଧିକାଂଶ କେବଳ ନେଲ୍‍ ପଲିସ୍‍ ଛଡାଇବା ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହାକୁ ବ୍ୟବହାର କରି ଆପଣ ଅନେକ ଦାଗ ଛଡାଇବା ସହ ସମସ୍ୟା ଦୂର କରିଥାଏ। ତାହା ପୋଷାକରୁ କାଳି ଦାଗ ଛଡାଇବା ପାଇଁ କାଚ କିମ୍ବା ଧାତୁରେ ନିର୍ମିତ ଜିନିଷକୁ ସଫା କରିବାରେ ସହାୟକ ହୋଇଥାଏ। ଜାଣନ୍ତୁ….
ଧାତୁରେ ନିର୍ମିତ ଅନେକ ଜିନିଷର ଦାଗକୁ ନେଲ୍‍ ପଲିସ୍‍ ରିମୁଭର ଖୁବ ସହଜରେ ସଫା କରିଥାଏ। ଅନେକ ସମୟରେ ନିଜର କିଛି ଜିନିଷ ଅନ୍ୟମାନେ ବ୍ୟବହାର କରିବା ପରେ ଏହାକୁ ସଫା କରିବା ନିତାନ୍ତ ଆବଶ୍ୟକ। ନେଲ୍‍ ପଲିସ୍‍ ରିମୁଭର ଘରେ ଘରେ ଉପଲବ୍ଧ। ଘରେ ଥିବା ସମସ୍ତ ପ୍ରକାର ଧାତୁ ଜିନିଷକୁ ସଫା କରାଯାଇଥାଏ। ଏଥିପାଇଁ ଆପଣ ଏକ ତୁଳାରେ ରିମୁଭର ନେଇ ସେହି ଜିନିଷକୁ ସଫା କରନ୍ତୁ।
ଅନେକ ସମୟରେ କପଡା ହେଉ ଅଥବା ପୋଷାକରେ କାଳି ଦାଗ ଓ ଅନ୍ୟ ରଙ୍ଗ ଦାଗ ଲାଗି ଯାଇଥାଏ। ଏହାକୁ ସଫା କରିବା ପାଇଁ ରିମୁଭରକୁ ତୁଳା ଦ୍ୱାରା ନେଇ ଦାଗ ସ୍ଥାନରେ ଲଗାଇ ସଫା କରନ୍ତୁ। ଏହା ପରେ ସେହି ସ୍ଥାନକୁ ସାବୁନ କିମ୍ବା ସରଫ୍‍ ରେ ଧୋଇ ଦିଅନ୍ତୁ।
ଘଣ୍ଟାରେ ବିଭିନ୍ନ ପ୍ରକାର ଦାଗ ହେଉଥିବା ଦେଖାଯାଏ। ଏହି ଦାଗକୁ ନେଲ୍‍ ପଲିସ୍‍ ରିମୁଭର ବ୍ୟବହାର କରି ସହଜରେ ଛଡାଇ ହୋଇଥାଏ। ଘଣ୍ଟା କାଚକୁ ସଫା କରିବାରେ ତୁଳାରେ ରିମୁଭର ନେଇ ହାଲକା ଭାବେ ସଫା କରନ୍ତୁ।
ଚମଡା ଜୋତା ଓ ଚପଲରେ ଥିବା ଦାଗକୁ ଦୂର କରିବା ପାଇଁ ନେଲ୍‍ ପଲିସ୍‍ ରିମୁଭରର ବ୍ୟବହାର କରନ୍ତୁ। ଚମଡା ଜିନିଷରେ ଥିବା ବିଭିନ୍ନ ଦାଗକୁ ରିମୁଭର ଦ୍ୱାରା ସଫା କରନ୍ତୁ।
ଅନେକ ଥର ଚଟାଣରେ ବିଭିନ୍ନ ପ୍ରକାର ଦାଗ ହୋଇଥାଏ। ଏହାକୁ ସଫା କରିବା ଖୁବ କଷ୍ଟକର ହୋଇଥାଏ। ଏହି ଦାଗକୁ ନେଲ୍‍ ପଲିସ୍‍ ରିମୁଭରର ବ୍ୟବହାର କରି ସହଜରେ ସଫା କରି ହେବ।
ବାସନରେ ମଧ୍ୟ ଅନେକ ସମୟରେ ପୋଡା ଓ ଅନ୍ୟାନ୍ୟ ଦାଗ ହୋଇଯାଏ। ଏହା ସହଜରେ ଛାଡି ନଥାଏ। ଏହି ଦାଗକୁ ଛଡାଇବା ପାଇଁ ରିମୁଭରର ବ୍ୟବହାର କରନ୍ତୁ। ଏହି ଦାଗ ସମ୍ପୂର୍ଣ୍ଣ ପଳାଇବ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories