www.samajalive.in
Monday, December 15, 2025
15.1 C
Bhubaneswar

ଭେଣ୍ଟିଲେଟରରେ ‘ସିଆଇଡି’ର ଫ୍ରେଡରିକ୍ସ

ମୁମ୍ବଇ: ଟିଭିର ଲୋକପ୍ରିୟ କ୍ରାଇମ୍‌ ଶୋ ‘ସିଆଇଡି’ରେ ଇନ୍ସପେକ୍ଟର ଫ୍ରେଡରିକ୍ସ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଦିନେଶ ଫଡନିସଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ମିଳିଥିବା ସୂଚନା ମୁତାବକ, ସେ ହୃଦଘାତର ଶିକାର ହୋଇଛନ୍ତି ଏବଂ ତାଙ୍କୁ ମୁମ୍ବଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏହି ଖରବ ପ୍ରଚାରିତ ହେବା ପରେ ‘ସିଆଇଡି’ ଓ ଦିନେଶଙ୍କ ପ୍ରଶଂସକ ଚିନ୍ତା ପ୍ରକଟ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଦିନେଶଙ୍କ ଅସୁସ୍ଥତା ନେଇ ଖବର ପାଇବା ପରେ ସିଆଇଡିର ସମସ୍ତ କଳାକାର ଏବଂ କେତେକ କ୍ରୁ ମେମ୍ବର ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

- Advertisement -

ସୂଚନା ଅନୁସାରେ, ଶନିବାର ୫୭ ବର୍ଷିୟ ଦିନେଶ ଫଡନିସ ନିଜ ଘରେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ମୁମ୍ବଇର ତୁଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି ଯେ, ଦିନେଶ ଭେଣ୍ଟିଲେଟରରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅଭିନେତାଙ୍କ ହୃଦଘାତ ଖବର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରେଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟ ଭାଙ୍ଗି ଦେଇଛି। ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ, ଦିନେଶ ତାଙ୍କର କମେଡ଼ି ପାଇଁ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ୧୯୯୮ ମସିହାରୁ ୨୦୧୮ ପର୍ଯ୍ୟନ୍ତ ସେ ‘ସିଆଇଡି’ରେ ଫ୍ରେଡରିକ୍ସ ଭୂମିକାରେ ଅଭିନୟ କରିଥିଲେ, ଯାହା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ତାଙ୍କ ଚରିତ୍ରକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ। ସିଆଇଡି ବ୍ୟତୀତ ସେ ‘ତାରକ ମେହେଟ୍ଟା କା ଓଲଟା ଚଷମା’ରେ ମଧ୍ୟ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏଥିସହ ସେ ଅମିର ଖାନଙ୍କ ସହ ଫିଲ୍ମ ‘ସରଫରୋଶ’ ଏବଂ ହ୍ରିତିକ ରୋଶନଙ୍କ ସହ ‘ସୁପର ୩୦’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories