www.samajalive.in
Sunday, December 14, 2025
26.1 C
Bhubaneswar

ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି; ଚୋରକୁ ଧରିଲେ ଗ୍ରାମବାସୀ

ପାତ୍ରପୁର: ଜରଡା ଥାନା ତୁରୁବୁଡି ପଞ୍ଚାୟତ ନୁଆଗଡ ଗ୍ରାମର ବାଲୁଙ୍କେଶ୍ଵର ମହାଦେବ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି କରିଥିବା ଜଣେ ଯୁବକକୁ ଗ୍ରାମବାସୀ ଧରି ପୁଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଯୁବକ ଜଣକ ତୁରୁବୁଡ଼ି ଗ୍ରାମର ଆକାଶ ସାହୁ ବୋଲି ଜଣା ପଡ଼ିଛି। ରବିବାର ସକାଳେ ମନ୍ଦିର ପୂଜକ କୂରା ରଣା ପୂଜା ପାଇଁ ମନ୍ଦିର ଖୋଲିବା ବେଳେ ହୁଣ୍ଡି ଭାଙ୍ଗିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଏହାର କିଛି ସମୟ ପରେ ତୁରୁବୁଡିଗ୍ରାମର ଆକାଶ ଟଙ୍କା ଧରି ବୁଲୁଥିବା ଖବର ମିଳିଥିଲା। ଏହାପରେ ନୂଆଗଡର କିଛି ଯୁବକ ଯାଇ ତାକୁ ସନ୍ଦେହରେ ପଚରା ଉଚରା କରିବା ବେଳେ ସେ ଚୋରି କରିଥିବା ଜାଣିବାକୁ ପାଇଥିଲେ। ଏହାପରେ ତାକୁ ଧରି ନୂଆଗଡ ଆଣିବା ସହିତ ତାଙ୍କ ପାଖରୁ ୫୦,୦୪୫ଟଙ୍କା ଉଦ୍ଧାର କରି ଖାରିଆଗୁଡ଼ା ପୁଲିସକୁ ଖବର ଦେଇଥିଲେ। ପୁଲିସ ଯୁବକକୁ ଜରଡା ଥାନାକୁ ନେଇଥିବା ବେଳେ ପୂର୍ବରୁ ଅଞ୍ଚଳର ମନ୍ଦିରରୁ ହୋଇଥିବା ଚୋରି ସମ୍ପର୍କରେ ପଚରା ଉଚରା ଜାରି ରଖିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories