ବଳଙ୍ଗା : କରୋନା ମହାମାରୀ ଭଳି ଜଟିଳ ପରିସ୍ଥିତିରେ ଖାଉଟି ଦ୍ରବ୍ୟ ବଣ୍ଟନରେ ଅନିୟମିତତାକୁ ନେଇ ଗୁରୁତର ଅଭିଯୋଗ ଆସିଛି। ପୁରୀ ଜିଲା ବଳଙ୍ଗା ଥାନା ନିମାପଡ଼ା ବ୍ଲକ ଅଧିନସ୍ଥ ହରିପୁର ପଞ୍ଚାୟତ ଖାଉଟି ଦ୍ରବ୍ୟ ବଣ୍ଟନ ଡିଲର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ନାମରେ ଏହି ଅଭିଯୋଗ ଆସିଛି। ଉପଜିଲ୍ଲାପାଳଙ୍କ ନିର୍ଦେଶରେ ସମ୍ପୃକ୍ତ ଡିଲରଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ଏହା ସହିତ ଖାଉଟି ଦ୍ରବ୍ୟ ବଣ୍ଟନରେ ବାଧାପ୍ରାପ୍ତ ନ ହେବା ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଂପୃକ୍ତ ଡିଲରଙ୍କ ବିରୋଧରେ ଖାଉଟି ଦ୍ରବ୍ୟ ବଣ୍ଟନ ରେ ଅନିୟମିତତା ନେଇ ଖାଉଟିଙ୍କ ଦ୍ଵାରା ଅଭିଯୋଗ ହୋଇଥିବା ଜଣାପଡିଛି।
Popular Categories



