ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ସରକାରୀ ସମାଜିକ ସୁରକ୍ଷା ଅର୍ଥ ସାଧାରଣ ଲୋକ ର ବ୍ୟାଙ୍କ ଖାତାରେ ଜମା ହେବା ଘଟଣା ଜଣାପଡିବା ପରେ ବିଭାଗୀୟ ଅଧିକାରୀ ଓ କ୍ୟାସିଅର ଚାକିରୀରୁ ନିଲମ୍ବିତ ହୋଇଛନ୍ତି। ତେବେ ସାମାଜିକ ସୁରକ୍ଷାର ୫କୋଟି ୭୭ଲକ୍ଷରୁ ୯୨ ହଜାର ୪୬୫ଟଙ୍କା ଠାକୁରମୁଣ୍ଡା ବ୍ଲକ ଖଣ୍ଡବନ୍ଧ ପଞ୍ଚାୟତ ବଡପୋଷି ଗ୍ରାମର ବେଣୁଧର ମହାନ୍ତଙ୍କ ବ୍ୟାଙ୍କ ଖାତାରେ ବର୍ଷ ବର୍ଷ ଧରି ଜମା ହୋଇଛି। ଏହି ଅର୍ଥ ଜିଲ୍ଲା ଟେଜେରୀ କାର୍ଯ୍ୟାଳୟରୁ ଜମା ହେଉଥିଲେ ମଧ୍ୟ କେହି କିପରି ଜାଣି ପାରିଲେନି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଣୁ ଆଜି ମୟୂରଭଞ୍ଜ ଜିଲ୍ଲପାଳଙ୍କ ନିର୍ଦ୍ଦେଶ କ୍ରମେ ଏଘଟଣାର ତଦନ୍ତ ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି।
ସରକାରୀ ଅର୍ଥ ସାଧାରଣ ଲୋକର ବ୍ୟାଙ୍କ ଖାତାରେ ଜମା ଅଭିଯୋଗ; ତଦନ୍ତ ଆରମ୍ଭ, ଦୁଇ ନିଲମ୍ବିତ
Popular Categories



