www.samajalive.in
Saturday, December 6, 2025
19.1 C
Bhubaneswar

ମେ ୩ ପରେ ରାଜ୍ୟ ବାହାର ଫେରନ୍ତାଙ୍କ ପାଇଁ ପାଟଣା ବ୍ଲକ ପ୍ରଶାସନର ପ୍ରସ୍ତୁତି

ପାଟଣା : ପାଟଣା ବ୍ଲକ ଅଞ୍ଚଳର ୨୦ଟି ଯାକ ପଞ୍ଚାୟତ ମୁଖ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ବା ସଙ୍ଗରୋଧ କେନ୍ଦ୍ର କରାଯିବା ସହ ବ୍ଲକ ମୁଖ୍ୟାଳୟ ପାଟଣା କଲେଜରେ ଅତିରିକ୍ତ ଭାବେ ଗୋଟିଏ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ପ୍ରତ୍ୟେକ ପଞ୍ଚାୟତରେ ରାଜ୍ୟ ବାହାରେ ରହୁଥିବା ଲୋକଙ୍କ ପାଇଁ ୨୪ ଏପ୍ରିଲ ଶୁକ୍ରବାର ଠାରୁ ନିଜ ନିଜ ପଞ୍ଚାୟତରେ ପଞ୍ଜିକରଣ  ଆରମ୍ଭ ହେବାକୁ ଥିବା ବେଳେ ମେ ୩ ତାରିଖ ପରେ ରାଜ୍ୟ ବାହାର ଫେରନ୍ତାଙ୍କ ପାଇଁ ପ୍ରତି ପଞ୍ଚାୟତରେ ୧୪ଦିନ କ୍ବାରେଣ୍ଟାଇନ ରହିବା ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ନିର୍ଦ୍ଦେଶ ଦେବା ପରେ ବ୍ଲକ ପ୍ରଶାସନ ତତ୍ପର ହୋଇ ଉଠିଛି। ବ୍ଲକ ଅଞ୍ଚଳର ୨୦ଟି ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ତଥା ସଙ୍ଗରୋଧ କେନ୍ଦ୍ର ହୋଇଥିବା ବେଳେ ପାଟଣା ବିଧାୟକ ଜଗନ୍ନାଥ ନାଏକ ସମସ୍ତ ସଙ୍ଗରୋଧ କେନ୍ଦ୍ର ବୁଲି ଦେଖିବା ସହ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

ସୂଚନା ଅନୁଯାୟୀ ବଡପାଟଣା ପଞ୍ଚାୟତରେ ୪୦ଟି, ମୂଷାଖୋରୀରେ ୪୦ଟି, ଡୁମୁରିଆରେ ୪୦ଟି, ଏରେଣ୍ଡେଇରେ ୪୦ଟି, ଚିନାମାଳିପଶିରେ ୫୦ଟି, ପଲାଣିଘାଟି ର ୫୦ଟି , ଯମୁନାପଶିରେ ୪୦ଟି, ଖିରେଇଟାଙ୍ଗିରୀରେ ୪୦ଟି, ରାଜନଗରରେ ୫୦ଟି, ମୁରୁସୁଆଁରେ ୫୦ଟି, କେନ୍ଦେଇପଶିରେ ୮୦ଟି, ଚାକୁଣ୍ଡାପାଳରେ ୭୦ଟି, କଣ୍ଟିଆପଡାରେ ୪୦ଟି, ଟାଙ୍ଗରପଡାରେ ୭୦ଟି, ତୁରୁମୁଙ୍ଗା ପଞ୍ଚାୟତରେ ୪୦ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର କରା ଯାଇଥିବା ବେଳେ ବୁଢିକାପୁଡିରେ ୪୦ଟି, ଚେମଣାରେ ୪୦ଟି, ବାଉଁଶୁଳୀରେ ୫୦ଟି, ମିରିଗିଖୋଜି ପଞ୍ଚାୟତରେ ୨୫ ଟି ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର ନିର୍ମାଣ କରା ଯାଇଥିବା ବେଳେ ବ୍ଲକ ମୁଖ୍ୟାଳୟ ସ୍ଵାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ୮୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ସଙ୍ଗରୋଧ କେନ୍ଦ୍ର ହୋଇଥିବା ବେଳେ ଆବଶ୍ୟକ ସ୍ଥଳେ ଏହା ବୃଦ୍ଧି କରାଯିବ ବୋଲି ବିଡିଓ ଇଶ୍ବର ଚନ୍ଦ୍ର ନାଏକଙ୍କ ଠାରୁ ସୂଚନା ମିଳିଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories