ସ୍ଵାଦ ଅନୁଯାୟୀ କେଉଁ ଆମ୍ବ ଖାଇବା ସ୍ଵାସ୍ଥ୍ୟ ପାଇଁ ଭଲ…

ନୂଆଦିଲ୍ଲୀ: ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ। ଅତ୍ୟଧିକ ଗରମ ଓ ଗୁଳୁଗୁଳି ପୁରା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏହି ସମୟରେ ଘରେ ଘରେ ଲୋକ ଆମ୍ବ ଖାଇବାକୁ ଭଲ ପାଉଛନ୍ତି। ଭାରତରେ ସାଧାରଣତଃ ୧୫୦୦ ପ୍ରକାରର ଆମ୍ବ ଦେଖିବାକୁ ମିଳେ। ସମସ୍ତଙ୍କ ସ୍ଵାଦ, ରଙ୍ଗ ଏବଂ ବାସ୍ନା ଭିନ୍ନ ଅଟେ। ଆସନ୍ତୁ ଜାଣିବା କିଛି ଆମ୍ବ ସମ୍ପର୍କରେ, ଯାହା ସ୍ଵାଦ ଅନୁଯାୟୀ ଆମ ସ୍ଵାସ୍ଥ୍ୟ ଉପଯୋଗୀ ହୋଇଥାଏ। ଏହାରିମଧ୍ୟରେ ଗୋଟିଏ ଆମ୍ବ ହେଉଛି ଦୋସରୀ ଆମ୍ବ । ଲକ୍ଷ୍ନୌ ଠାରୁ ୨୦ କିଲୋମିଟର ଦୂରରେ ଥିବା ଦୋସରୀ ଗାଁରେ ଏହି ଆମ୍ବ ବହୁତ ପ୍ରସିଦ୍ଧ। ଏହାର ସ୍ଵାଦ ଖୁବ୍ ମିଠା ହୋଇଥିବାବେଳେ ଏହାର ଟାକୁଆ ଖୁବ୍ ପତଳା। ଏହା ଖାଇବାକୁ ଅତ୍ୟନ୍ତ ଭଲ ଲାଗେ । ଦ୍ଵିତୀୟରେ ଆମେ କହିବା ଅଲଫାନ୍ସୋ ଆମ୍ବ ସମ୍ପର୍କରେ। ମହାରାଷ୍ଟ୍ରରେ ଏହି ଆମ୍ବ ପ୍ରଚୁର ମାତ୍ରାରେ ଚାଷ କରାଯାଏ। ଏହାକୁ ହାପୁର ଆମ୍ବ ମଧ୍ୟ କୁହାଯାଏ। ଏହି ଆମ୍ବ ତାର ସ୍ଵାଦ ଯୋଗୁଁ ନମ୍ବର ଓ୍ବାନରେ ରହିଥାଏ। ସେହିପରି ଚଉସା ଆମ୍ବ ମୁଖ୍ୟତଃ ବିହାର ଏବଂ ଉତ୍ତରପ୍ରଦେଶରେ ଖୁବ୍ ଲୋକପ୍ରିୟ। ସ୍ଵାଦରେ ଏହା ଚିନି ପରି ମିଠା ହୋଇଥିବାବେ​‌ଳେ ଏହା ଗାଢ ହଳଦିଆ ରଙ୍ଗର ହୋଇଥାଏ। ସେହିପରି ଆଉ ଏକ ଆମ୍ବ ହେଉଛି ତୋତାପୋଲେଇ ଆମ୍ବ। ଏହା ଦେଖିବାକୁ ସାଧରଣତଃ ତୋତା ସଦୃଶ ହୋଇଥିବାରୁ ଏହାକୁ ତୋତାପୋଲେଇ ଆମ୍ବ କୁହାଯାଏ। ଏହା ହାଲୁକା ମାତ୍ରା ରେ ଖଟା ଲାଗେ । ତେଣୁ ଏହା ଦକ୍ଷିଣ ଭାରତ ରେ ଖୁବ୍ ଲୋକପ୍ରିୟ। ବିଶେଷ କରି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଏହା ଚାଷ କରାଯାଏ। ଏହାକୁ ଆଚାର କରିବା ଲାଗି ବେଶୀ ମାତ୍ରାରେ ବ୍ୟବହାର କରାଯାଏ । ସେହିପରି ଓଡିଶା ଏବଂ ପଶ୍ଚିବଙ୍ଗର ଆଉ ଏକ ଫେମସ୍ ଆମ୍ବ ହେଉଛି ହିମସାଗର। ଏହା ସ୍ଵାଦରେ ପ୍ରବଳ ମିଠା ହୋଇଥାଏ। ଗୋଟିଏ ଆମ୍ବର ଓଜନ ପ୍ରାୟ ୨୫୦ରୁ ୩୦୦ ଗ୍ରାମ୍ ହୋଇଥାଏ। ବାହାରୁ ଏହାର ରଙ୍ଗ ଗ୍ରୀନ୍ ହୋଇଥିବାବେଳେ ଭିତରେ ଏହା ହଳଦିଆ ହୋଇଥାଏ। ଗରମ ଦିନ ଆରମ୍ଭରେ ହିଁ ଏହି ଆମ୍ବ ବଜାରରେ ଉପଲବ୍ଧ ରହେ। ମେ , ଜୁନ୍ ମାସ ପରେ ଏହି ଆମ୍ବ ମିଳେନାହିଁ। ଲେଙ୍ଗଡା ଆମ୍ବ କାଶୀ ଏବଂ ବନାରସ ର ଅତ୍ୟନ୍ତ ଲୋକପ୍ରିୟ ହୋଇଥାଏ। ଏହା ଗ୍ରୀନ୍ ଏବଂ ଲେମନ୍ ୟେଲୋ ରଙ୍ଗର ହୋଇଥାଏ। ଏବଂ ଏହା ଖାଇବାକୁ ଖୁବ୍ ମିଠା।

 

 

Comments are closed.