www.samajalive.in
Monday, December 15, 2025
27.1 C
Bhubaneswar

ଡିଏଗୋ ମୁରାସିଓ ଓ ବାପିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

କଟକ: ଓଡ଼ିଶା ଏଫ୍‌ସି ଫୁଟବଲ କ୍ଲବର ବ୍ରାଜିଲ ଫରୱାର୍ଡ ଡିଏଗୋ ମୁରାସିଓ ଓ ଓଡ଼ିଶାର ଉଦୟମାନ ଯୁବ ଧାବକ ବାପି ହାଁସଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁରାସିଓ ଓ ବାପିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନିକଟରେ ଶେଷ ହୋଇଥିବା ୧୮ତମ ଜାତୀୟ ଜୁନିୟର ଦୌଡ଼କୁଦ ଚମ୍ପିଆନସିପରେ ବାଳକ ୪୦୦ମିଟର ବାଧାଦୌଡ଼ରେ ବାପି ୫୧.୯୦ ସେକେଣ୍ଡରେ ଅତିକ୍ରମ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏଥି ସହିତ ବାପି ଆସନ୍ତା ଏପ୍ରିଲରେ ଉଜବେକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସୀୟ ଯୁବ ଦୌଡ଼କୁଦ ଚମ୍ପିଆନସିପ୍‌ ଲାଗି ଯୋଗ୍ୟତା ହାସଲ କରିଛନ୍ତି। ୧୮ ବର୍ଷରୁ କମ୍‌ ବାଳକ ବର୍ଗ୪୦୦ ମିଟର ବାଧାଦୌଡ଼ରେ ବିଶ୍ବର ଏକ ନମ୍ବର ଖେଳାଳି ଆଖ୍ୟା ଅର୍ଜନ କରିଥିବାରୁ ବାପିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଇଣ୍ଡିଆନ ସୁପରଲିଗ(ଆଇଏସ୍‌ଏଲ) ନବମ ସଂସ୍କରଣ ୨୦୨୨-୨୩ରେ ଓଡ଼ିଶା ଭିତ୍ତିକ କ୍ଳବ ଓଡ଼ିଶା ଏଫ୍‌ସିର ଫରୱାର୍ଡ ଡିଏଗୋ ମୁରାସିଓ ୨୧ଟି ମ୍ୟାଚରୁ ସର୍ବାଧିକ ୧୨ଟି ଗୋଲ ଦେଇ ଗୋଲଡେନ ବୁଟ୍‌ ପୁରସ୍କାର ପାଇଥିଲେ। ​‌ଏହି ସଫଳତା ଲାଗି ମୁରାସିଓଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ। ୨୦୧୯ରେ ଓଡ଼ିଶା ଏଫ୍‌ସି କ୍ଳବ ଆଇଏସ୍‌ଏଲରେ ଭାଗ ନେଇ ଆସୁଛି। ୨୦୨୨-୨୩ରେ ମୁରାସିଓଙ୍କ ଚମତ୍କାର ପ୍ରଦର୍ଶନ ରହିଥିଲା। ଦଳ ଏଥିପାଇଁ ପ୍ଳେ ଅପରେ ପହଞ୍ଚି ପାରିଥିଲା ବୋଲି ଓଡ଼ିଶା ଏଫ୍‌ସି ସଭାପତି ରାଜ୍‌ ଅଥ୍‌ୱାଲ କହିଛନ୍ତି। ଓଡ଼ିଶା ଏଫ୍‌ସିକୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଥ୍‌ୱାଲ ଧନ୍ୟବାଦ ଜ୍ଞାପନ କରିଥିଲେ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories