www.samajalive.in
Sunday, December 14, 2025
17.1 C
Bhubaneswar

ଆଜି ବିଶ୍ୱ ଯକ୍ଷ୍ମା ଦିବସ

୧୮୮୨ ମସିହା ମାର୍ଚ୍ଚ ୨୪ରେ ବର୍ଲିନ୍‌ର ଡାକ୍ତର ରବର୍ଟ କୋଚ୍ ଐତିହାସିକ ସଫଳତା ହାସଲ କରିଥିଲେ। ଦୀର୍ଘ ମାସ ଧରି ଗବେଷଣା କରିବା ପରେ ସେ ଯକ୍ଷ୍ମା ପାଇଁ ଦାୟୀ ବ୍ୟାକ୍ଟେରିଆକୁ ଚିହ୍ନଟ କରିଥିଲେ। ସେହି ଦିନଟିକୁ ସ୍ମରଣ କରିବାକୁ ଯାଇ ବିଶ୍ୱସ୍ତରରେ ‘ଯକ୍ଷ୍ମା ଦିବସ’ ପାଳନ କରାଯାଉଛି। ଲୋକଙ୍କୁ ଯକ୍ଷ୍ମା ରୋଗର ଭୟାବହତା ସମ୍ପର୍କରେ ଅବଗତ କରାଇବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ରୋଗର ପ୍ରାରମ୍ଭିକ ଲକ୍ଷଣ ହେଉଛି ଦୀର୍ଘ ଦିନ ଧରି କାଶ ହେବା, ରାତିରେ ଝାଳ ବାହାରିବା, ଭୋକ କମିଯିବା, ଓଜନ କମିବା ଓ ଛାତିରେ ଯନ୍ତ୍ରଣା ହେବା ଆଦି। ୨୦୨୦ରେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ବିଶ୍ବସ୍ତରରେ ୧୫ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଅନୁଧ୍ୟାନରୁ ଜଣାପଡ଼ିଛି, ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ସବୁଠୁ ଅଧିକ। ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଏହାର ମୂଳୋତ୍ପାଟନ ପାଇଁ ସମସ୍ତେ ନିଜ ଦାୟିତ୍ବ ପ୍ରତି ସଚେତନ ରହିବା।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories