www.samajalive.in
Sunday, December 14, 2025
26.1 C
Bhubaneswar

ଢିଙ୍କିଆରେ ପାନବରଜ ଉଚ୍ଛେଦ ବନ୍ଦ

ଏରସମା: ଏରସମା ବ୍ଲକର ଢିଙ୍କିଆ ପଞ୍ଚାୟତରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ଢ଼ିଙ୍କିଆ ଅଞ୍ଚଳରେ ଲାଗି ରହିଥିବା ଉତ୍ତେଜନା ଗତକାଲି ଏକ ଭୟଙ୍କର ରୂପ ନେଇଥିଲା। ପ୍ରକଳ୍ପକୁ ବିରୋଧ କରୁଥିବା ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହେବା ପରେ ପୁଲିସ ଆନ୍ଦୋଳନକାରୀ ନେତା ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ନରେନ୍ଦ୍ର ମହାନ୍ତି, ମୁରଲୀଧର ସାହୁ, ନିମାଇଁ ମଲ୍ଲିକ, ମଙ୍ଗୁଳି କାଣ୍ଡି, ତ୍ରିନାଥ ମଲ୍ଲିକ ପ୍ରମୁଖ ଗ୍ରାମବାସୀଙ୍କୁ ଗିରଫ କରି ଏରସମା ଥାନାରେ ଅଟକ ରଖି ରାତିରେ ଅଭୟଚନ୍ଦପୁର ଥାନାକୁ ନେଇ ଅଦାଲତ ଚାଲାଣ କରିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ଗତକାଲି ଠାରୁ ଗ୍ରାମ ପୂରା ପୁରୁଷଶୂନ୍ୟ ହୋଇପଡ଼ିଛି। ଗ୍ରାମରେ ପୁଲିସ ପଇଁତରା ମାରୁଛି। ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ୫ ଜଣକୁ ପୁଲିସ ଗିରଫ କରିବା ପରେ ଆନ୍ଦୋଳନକାରୀମାନେ ଶାନ୍ତ ରହିଥିବା କୁହାଯାଉଥିବା ବେଳେ ସେମାନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତାହା ଦେଖିବାକୁ ବାକି ରହିଛି।

ଗତକାଲିର ଘଟଣା ପରେ କେତେକ ପରିବାରର ମୁରବି ପୁଲିସ ଭୟରେ ଲୁଚି ରହିଥିଲା ବେଳେ ଆଉ କେତୋଟି ପରିବାରର ସଦସ୍ୟଙ୍କର ଆଜି ସୁଦ୍ଧା ବି ଖୋଜ ଖବର ନଥିବାରୁ ଅନ୍ୟ ସଦସ୍ୟମାନେ ଚିନ୍ତିତ ଅବସ୍ଥାରେ ରହିଛନ୍ତି। ଏରସମା ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦନ ଦାସଙ୍କ ପ୍ରତିକ୍ରିୟା ନେବାରେ ସେ କହିଛନ୍ତି ଢ଼ିଙ୍କିଆରେ ଆଜି ପରିସ୍ଥିତି ଶାନ୍ତ ରହିଛି। ପ୍ରଶାସନ ତରଫରୁ ପାନବରଜ ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖାଯାଇଛି।

- Advertisement -

ଅନ୍ୟ ଏକ ଘଟଣାକ୍ରମରେ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଖବର ବିଭିନ୍ନ ଗଣମାଧ୍ୟମରୁ ପାଇ ଆଜି ଭୁବନେଶ୍ୱରରୁ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରାୟଙ୍କ ସମେତ ଅନ୍ୟମାନେ ଢିଙ୍କିଆକୁ ସ୍ଥିତି ଅନୁଧ୍ୟାନ ପାଇଁ ଆସୁଥିଲା ବେଳେ ଏହି ଗ୍ରାମର ପ୍ରବେଶ ପଥ ତ୍ରିଲୋଚନପୁରଠାରେ କେତେକ ଯୁବକ ତାଙ୍କ ଗାଡ଼ିକୁ ଅଟକାଇ ଗ୍ରାମ ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥିଲେ। ଯୁବକମାନଙ୍କୁ ଯେତେ ବୁଝାସୁଝା କଲେ ମଧ୍ୟ ଆମ ଗ୍ରାମକୁ କେହି ପ୍ରବେଶ କରି ପାରିବେ ନାହିଁ ବୋଲି ସେମାନେ ଜିଦ୍‌ ଧରିଥିଲେ। ବାଧ୍ୟ ହୋଇ ସାମାଜିକ କର୍ମୀମାନେ ସେଠାରୁ ଫେରି ଯାଇଥିଲେ। ଅପରାହ୍ଣରେ ବିଜେପିର ଏକ ପ୍ରତିନିଧି ଦଳ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇଙ୍କ ନେତୃତ୍ୱରେ ଗ୍ରାମରେ ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories