ମେ’ ୨୭ରେ ହେବ ଢେଙ୍କିକୋଟ ଜୋନ ଉପନିର୍ବାଚନ, ସକାଳ ୭ରୁ ଦିନ ୧ଟା ପଯ୍ୟନ୍ତ ଭୋଟ ଗ୍ରହଣ

ପାଟଣା: କେନ୍ଦୁଝର ଜିଲା ୮ନଂ ଢେଙ୍କିକୋଟ ଜୋନ ପାଇଁ ଉପନିର୍ବାଚନ ମେ’ ୨୭ (ଶୁକ୍ରବାର) ସକାଳ ୭ଟା ରୁ ଦିନ ୧ଘଟିକା ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଢେଙ୍କିକୋଟ ଜୋନ ଅଞ୍ଚଳରେ ୧୦ଟି ପଞ୍ଚାୟତରେ ମୋଟ ୧୧୩ଟି ବୁଥ କରାଯାଇଛି। ୧୧୩ଜଣ ପ୍ରିଜାଇଣ୍ଡିଂ ଅଧିକାରୀ ଓ ତାଙ୍କ ଦଳ ଆଜି ପୂର୍ବାହ୍ନରେ ସମସ୍ତ ବୁଥରେ ପହଞ୍ଚି ସାରିଛନ୍ତି। ଆବଶ୍ୟକତା ଅନୁଭବ ହେଲେ ନିୟୋଜିତ ପାଇଁ ଅନ୍ୟ ୭ ଟି ପୁଲିଂ ପାର୍ଟିଙ୍କୁ ସଂରକ୍ଷିତ ରଖାଯାଇଛି। ୨୭ରେ ଭୋଟ ଗ୍ରହଣ ପରେ ମତଦାନ ବାକ୍ସ ଗୁଡିକୁ ଘଟଗାଁ ବ୍ଲକର ନିର୍ଦ୍ଧାରିତ କୋଠରୀକୁ ନେଇ ସଂରକ୍ଷିତ ରଖାଯିବ।

 

prayash

ମେ’ ୨୮ତାରିଖ ସକାଳ ୮ଘଟିକା ଠାରୁ ଭୋଟ ଗଣତି ଶେଷ ହେବ ଏବଂ ଭୋଟ ଗଣନା ଶେଷ ହେବା ପର୍ଯ୍ୟନ୍ତ ଗଣତି ଜାରି ରହିବ। ଏପାଇଁ ୧୦ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ସମସ୍ତ ଗଣତି ଟେବୁଲରେ ନିର୍ବାଚନ ଲଢୁଥିବା ବିଜେଡି, ବିଜେପି ଓ କଂଗ୍ରେସର ଜଣେ ଲେଖାଏଁ ମୋଟ ୩ଜଣ ଏଜେଣ୍ଟଙ୍କୁ ବସିବାକୁ ସୁଯୋଗ ଦିଆଯିବ। ଗଣମାଧ୍ୟମକୁ ସୂଚନା ଦେବାପାଇଁ ଏକ ତଥ୍ୟ ବିନିମୟ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି ନିର୍ବାଚନ ଅଧିକାରି ଘଟଗାଁ ବିଡିଓ ନାରାୟଣ ସାହୁ ସୂଚନା ଦେଇଛନ୍ତି। ନିୟମିତ ବ୍ୟବଧାନରେରେ ଗଣମାଧ୍ୟମ ତଥା ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ଯୋଗେ ସୂଚନା ଦେବା ପାଇଁ ଏବିଡିଓ ଚିତ୍ତରଞ୍ଜନ ନାୟକ ଓ ଶିକ୍ଷକ ରୋହିତ ବେହେରାଙ୍କୁ ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି।

kalyan agarbati

Comments are closed.