www.samajalive.in
Monday, December 15, 2025
15.1 C
Bhubaneswar

ସିଆରପିଏଫ ଓଡିଆ ଯବାନଙ୍କ ରାଞ୍ଚିରେ ପରଲୋକ

ଢେଙ୍କାନାଳ ସଦର : ଗଁଦିଆ ଥାନା ଅନ୍ତର୍ଗତ ବାଇଁଶିଆ ଗ୍ରାମର ସିଆରପିଏଫ ଓଡିଆ ଯବାନଙ୍କ ରାଞ୍ଚିରେ ପରଲୋକ ହୋଇଯାଇଛି। ଝାଡଖଣ୍ଡ ରାଞ୍ଚି ଠାରେ କାଯ୍ୟରତ ସିଆରପିଏଫ ଯବାନ ପ୍ରଭାତ କୁମାର ପତି(୪୦) କାଯ୍ୟଳୟରେ କାଯ୍ୟରତ ଥିବାବେଳେ ମସ୍ତିସ୍କ ଆଘାତ ଟଳିପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଖବର ପାଇବା ପରେ ବାଇଁଶିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମଙ୍ଗଳବାର  ଗ୍ରାମରେ ସ୍ଵର୍ଗତ ପତିଙ୍କ ମରଶରୀର ବାଇଁଶିଆରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ହଜାର ହଜାର ଜନତା ବାସ ଭାବନରେ ପହଁଞ୍ଚି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

- Advertisement -

ଗ୍ରାମ ଶ୍ମଶାନରେ ଭୁବନେଶ୍ୱର ସିଆରପିଏଫଓ ଢେଙ୍କାନାଳ ପୁଲିସ ଗାଡ ଅଫ ଅନର ଦିଆଯାଇ ମୃତଦେହ ସତ୍କାର କରାଯାଇଥିଲା। ସ୍ଵର୍ଗତ ପତିଙ୍କ ସାନ ଭାଇ ପ୍ରକାଶ ପତି ମୁଖାଗ୍ନି ଦେଇଥିଲେ। ବଇଁଶିଆର ସ୍ଵର୍ଗତ ହରିଚନ୍ଦନ ପତିଙ୍କ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ପ୍ରଭାତ। ଘରେ ତାଙ୍କର ବିଧବା ପତ୍ନୀ ତପସ୍ଵିନୀ ପଣ୍ଡା ଓ ୫ ବର୍ଷର ଝିଅ ଅଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories