www.samajalive.in
Monday, December 15, 2025
14.1 C
Bhubaneswar

ଗାଁ ମଝିରେ ମୁକୁଳା ଟ୍ରାନ୍ସଫର୍ମର, ମାଙ୍କଡ଼ଙ୍କ ପାଇଁ ସାଜିଛି କାଳ

ବାଲିଆପାଳ: ସରାକର ବିଦ୍ୟୁତ ବିତରଣକୁ ସହଜ ଓ ସୁରକ୍ଷିତ ଭାବରେ ଉପଭୋକ୍ତା ଙ୍କ ନିକଟରେ ପହଞ୍ଚାଇବା ପାଇଁ ଟାଟା କାମ୍ପାନୀ କୁ ଦାୟିତ୍ୱ ଦେଇଛନ୍ତି। ଟାଟା କମ୍ପାନୀ ମଧ୍ୟ ବିଦ୍ୟୁତ ବଣ୍ଟନ ପାଇଁ ପ୍ରୟାସ ଜାରି ରଖିଛି। ମାତ୍ର ଆଜିବି ବହୁ ଟ୍ରାନ୍ସଫର୍ମର ଗ୍ରାମାଞ୍ଚଳରେ ନିମ୍ନ ସ୍ଥାନରେ ମୁକୁଳା ହୋଇ ବସିଥିବା ସହିତ ବିଦ୍ୟୁତ ଆଘାତକୁ ନିବାରଣ କରିବା ପାଇଁ ଲୁହା ବାଢ଼ ବା ପାଚେରୀ କରାଯାଇନାହିଁ। ଯାହାଫଳ ରେ ବହୁ ଧନଜୀବନ କ୍ଷତି ହେବା ସହିତ ପଶୁପକ୍ଷୀ ମାନେ ମଧ୍ୟ ବିଦ୍ୟୁତ ଆଘାତ ରେ ଶିକାର ହେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିକୁଟୀ ପଞ୍ଚାୟତ ର ବାଇଟିଙ୍ଗିରି ଗ୍ରାମରେ। ଏହି ଗ୍ରାମରେ ୧୦୦ ରୁ ୧୫୦ ପରିବାର ବାସ କରନ୍ତି l ଗ୍ରାମବାସୀ ଙ୍କୁ ବିଦ୍ୟୁତ ଯୋଗାଇବା ପାଇଁ ବିଦ୍ୟୁତ ବିଭାଗ ର ପୂର୍ବତନ ବିତରଣ କମ୍ପାନୀ ନେସ୍କୋ ଦ୍ୱାରା ଗାଁ ମଝିରେ ରାସ୍ତା ପାଖର ଏକ ନିଚ୍ଚା ସ୍ଥାନରେ ଏକ ଟ୍ରାନ୍ସଫର୍ମର ବସାଯାଇଛି। ଯାହା ଏବେ ବିପଦ ସଂକୁଳ ଅବସ୍ଥାରେ ମୁକୁଳା ହୋଇ ରହିଅଛି ।

ଟ୍ରାନ୍ସଫର୍ମରଟି ଗ୍ରାମ୍ୟ ରାସ୍ତା ଠାରୁ ଅତି ନିକଟତର ଓ ଅଳ୍ପ ଉଚ୍ଚରେ ବସିଥିବାରୁ ଏଠାରେ ବହୁବାର ଚାଷି, ଗାଈ ଗୋରୁ, ମାଙ୍କଡ଼ ଆଦି ଦୁର୍ଘଟଣା ର ଶିକାର ହେଉଛନ୍ତି । ୨୦୦ ମିଟର ଦୂରରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ରହିଥିବାରୁ ଏହି ରାସ୍ତା ଦେଇ ଦୈନିକ କୁନି କୁନି ପିଲାମାନେ ମଧ୍ୟ ଯାଉଛନ୍ତି। ଚଗଲା ପିଲାମାନେ ବାଡ଼ି କିମ୍ଵା ଟେକାକୁ ଟ୍ରାନ୍ସଫର୍ମର ଉପରେ ପକାଉଛନ୍ତି। ଧାନ ଚାଷ ଅମଳ ସମୟରେ କ୍ଷେତରୁ ଧାନ ବିଡା କିମ୍ଵା ଘରୋଇ କାମରେ କୌଣସି ଉଚ୍ଚ ବୋଝେଇ ଜିନିଷ ଚାରି ଚକିଆ ଯାନରେ ରାସ୍ତା ଦେଇ ଆଣିଲେ ଟ୍ରାନ୍ସ ଫର୍ମରରେ ବେଳେ ବେଳେ ଲାଗି ଯାଉଛି। ଆଜି ମଧ୍ୟ ଦୁଇଟି ମାଙ୍କଡ଼ ରାସ୍ତାରେ ବୁଲୁଥିବା ସମୟରେ ଅନ୍ୟମନସ୍କ ହୋଇ ଟ୍ରାନ୍ସଫର୍ମରରେ ଲାଗି ସମ୍ପୂର୍ଣ୍ଣ ଜଲିଯାଇଛନ୍ତି। ତେବେ ସାଧରଣ ଲୋକଙ୍କ ସହିତ ବହୁ ନିର୍ବୋଧ ପଶୁ ମଧ୍ୟ ମୁକୁଳା ଟ୍ରାନ୍ସଫର୍ମର ଦ୍ୱାରା ଦୁର୍ଘଟଣାଗ୍ରସ୍ଥ ହେଉଛନ୍ତି। ଯାହା ବିଦ୍ୟୁତ ବିଭାଗର ପରିବେଶ ନିୟମ ଉଲଘଂନକୁ ସୁଚାଉଛି। ତେବେ ବିଦ୍ୟୁତ ବିଭାଗ ଏବଂ ପ୍ରଶାସନ ସାଧାରଣ ଲୋକଙ୍କ ଧନ ଜୀବନ ଏବଂ ପଶୁପକ୍ଷୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ଟ୍ରାନଫର୍ମରର ଚତୁର୍ପାଶ୍ୱରେ ଲୁହା ବାଢ଼ କିମ୍ବା ଉଚ୍ଚ ପାଚେରୀ ନିର୍ମାଣ କରିବା ପାଇଁ ଗ୍ରାମର ରାଜକିଶୋର ପାତ୍ର, ପ୍ରଫୁଲ ବିଶ୍ୱାଳ, ବିକର୍ତ୍ତନ ଜେନା, କାର୍ତ୍ତିକ ପାତ୍ର, ଗଣେଶ ଜେନା, ଗୌରାଙ୍ଗ ଗିରି, ପ୍ରଦୀପ ପାତ୍ର, ପଞ୍ଚାନନ ପାତ୍ର, ହରେକୃଷ୍ଣ ଜେନା, ବାବୁରାମ ପାତ୍ର, ହରେନ୍ଦ୍ର ରାଉତ, ପ୍ରଭୁରାମ ରାଉତ ପ୍ରମୁଖ ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ସରକାରଙ୍କ ନିକଟରେ ଦାବୀ ରଖିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories