ଢେଙ୍କାନାଳ ସଦର: ଢେଙ୍କାନାଳ ସହରର ଅମରନାଥ ସିନେମା ହଲ ପଛପଟେ ନିର୍ମାଣ ଶ୍ରମିକ କାମ କରୁଥିବା ନିମାଇଁ ଚରଣ ରାଉତ(୬୫)ଙ୍କର ଅଂଶୁଘାତ ରେ ମୃତ୍ୟୁ ହୋଇ ଥିବା ଅଭିଯୋଗ କରାଯାଇଛି। ନିମାଇଁ କାମ ସାରି ଦିନ ସାଢେ ଗୋଟାଏ ବେଳେ ଖାଇ ସାରି ବିଶ୍ରାମ ନେବାକୁ ଗଲା ବେଳେ ତାଙ୍କ ଗୋଡ ହାତ ଥରି ଉଠି ଦେହରୁ ଝାଳ ବାହାରିବା ସହିତ ପାଟିରୁ ନାଳ ବାହାରି ଅଚେତ ହୋଇ ପାଡିଥିଲେ। ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଡାକ୍ତର ସେଠାରେ ନିମାଇଁଙ୍କୁ ମୃତ ଘୋଷଣା କରିଥିଲେ । ସ୍ଵର୍ଗତ ରାଉତଙ୍କ ଘର ସଦର ଥାନା ଚାଉଳିଆ ପଞ୍ଚାଯତ ତିଳପଦା ଗାଁରେ। ସେ ଜଣେ ଭଦ୍ର ଓ ମେଳାପୀ ଲୋକ ଥିଲେ। ତାଙ୍କର ମୃତ୍ୟୁରେ ଚାଉଳିଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
Popular Categories



