ହାତୀ ଆକ୍ରମଣରେ ଜଣେ ଗୁରୁତର

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଷଡ଼ଙ୍ଗୀ ବନାଞ୍ଚଳ ଆକୃଦା ଗ୍ରାମର ଜଣେ ବ୍ୟକ୍ତି ଜଙ୍ଗଲୀ ହାତୀ ଆକ୍ରମଣ ରେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଆକୃଦା ଗ୍ରାମର କାଳନ୍ଦୀ ପ୍ରଧାନ ଓରଫ୍ କାଳିଆ ( ୬୦ )। ସୂଚନା ଅନୂଯାଇ କାଳନ୍ଦୀ ନିଜ ବାରିପଟକୁ ସୈଚ କାର୍ଯ୍ୟ ପାଇଁ ଯାଇଥିଲେ। କାଳନ୍ଦୀ ଜଣେ ଗରିବ ଶ୍ରେଣୀୟ ଲୋକ। ଭୋର ସମୟରେ ହଠାତ୍ ଏକ ଜଙ୍ଗଲୀ ହାତୀ ଅଚାନକ କାଳନ୍ଦୀଙ୍କ ଉପରକୁ ମାଡିଆସିଥିଲା ଏବଂ ଡ଼ାହାଣ ଗୋଡ଼ରେ ମଡାପକାଇଦେଇଥିଲା । ଘଟଣା ସ୍ଥଳରେ କାଳନ୍ଦୀଙ୍କ ଚିତ୍କାର ଶୁଣି ଗ୍ରାମବାସୀ ରୁଣ୍ଡ ହୋଇଥିଲେ ଏବଂ ସଙ୍ଗେ ସଙ୍ଗେ ୧୦୮ ଓ ବନବିଭାଗକୁ ଖବର ଦେଇଥିଲେ। ୧୦୮ ଯୋଗେ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏପଟେ ବନବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ ବର୍ତ୍ତମାନ ଗୁରୁତର କାଳନ୍ଦୀ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇନ୍ତି।

Comments are closed.