www.samajalive.in
Sunday, December 7, 2025
26.1 C
Bhubaneswar

ଆଦିବାସୀଙ୍କ ସହ ଖେଳ ଖେଳୁଛି ବୌଦ୍ଧ ଶିକ୍ଷା ବିଭାଗ; ଡିସେମ୍ବରରୁ ଢେକଲମୁଣ୍ଡା ବିଦ୍ୟାଳୟ ପିଲାଙ୍କୁ ମିଳିନି ପୋଷାକ ଓ ମଧ୍ୟାହ୍ନ ଭୋଜନ ଟଙ୍କା

କଣ୍ଟାମାଳ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରୁଥିବା ବେଳେ, ରାଜ୍ୟ ସରକାର ଗତ ମାର୍ଚ୍ଚ ୨ ତାରିଖରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡିକୁ ୫ଟିରେ ସ୍ଥାନୀତ କରିଛନ୍ତି। ହେଲେ ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗର ଆଦିବାସୀ ମାରଣ ନୀତିକୁ ନେଇ ଗ୍ରାମର ପ୍ରାୟ ୨୯ ଜଣ ଆଦିବାସୀ ଛାତ୍ରଛାତ୍ରୀ ଗତ ଡିସେମ୍ବର ୨୦ ମାସରୁ ସେମାନଙ୍କ ପୋଷାକ ଓ ମଧ୍ୟାହ୍ନ ଭୋଜନ ଟଙ୍କା ପାଇ ନ ଥିବା ଜଣାଯାଇଛି। ସଂପ୍ରତି ବୌଦ୍ଧ ଶିକ୍ଷା ଜିଲ୍ଲା ପକ୍ଷରୁ କରାଯାଇଥିବା ବିଦ୍ୟାଳୟ ମିଶ୍ରଣ ପ୍ରକ୍ରୀୟାରେ ବିଭାଗର ଦୂରଦୃଷ୍ଟି ଅଭାବରୁ କଣ୍ଟାମାଳ ବ୍ଳକ ଉମା ପଞ୍ଚାୟତ ଅନ୍ତର୍ଗତ ଢେକଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶତ ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ଏବଂ ୨୭ ବର୍ଷର ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ହୋଇଥିବା ସ୍ଥଳେ ବିଦ୍ୟାଳୟକୁ ଢେକଲମୁଣ୍ଡା ଗ୍ରାମରୁ ଦୁଇ କିଲୋମିଟର ଦୂରରେ ରହିଥିବା ବରହାକାଲୁ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି। ମିଶ୍ରଣ କରାଯାଇଥିବା ବିଦ୍ୟାଳୟର କୌଣସି ଭିତ୍ତିଭୂମି ନଥିବା ବେଳେ ଏହା ଏକ ବିପଦପୂର୍ଣ୍ଣ ପୋଖରୀ ନିକଟରେ ରହିଛି, ଯାହାକି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତ୍ୟେକ ସମୟରେ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରି ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟ ଛାଡୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ପ୍ରକାଶ।

କରୋନା ମହମାରୀ ପାଇଁ ବିଦ୍ୟାଳୟଗୁଡିକରେ ତାଲା ଝୁଲୁଥିବା ହେତୁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା, ଚାଉଳ ଓ ପୋଷାକ ଆଦି ଦିଆଯାଉଥିବା ବେଳେ ଗ୍ରାମବାସୀଙ୍କ ବିଦ୍ୟାଳୟ ମିଶ୍ରଣ ବିରୋଧ ଯୋଗୁଁ କୋମଳମତି ଛାତ୍ରଛାତ୍ରୀମାନେ ଗତ ୭ ମାସ ହେଲା ଏହି ସହାୟତା ପାଇବାରେ ବଞ୍ଚିତ ହୋଇ ପଡିଛନ୍ତି। ଇତି ମଧ୍ୟରେ ଗ୍ରାମର ପ୍ରାୟ ୧୦୭ ଜଣ ବାସିନ୍ଦାଙ୍କ ଦ୍ୱାରା ସ୍ୱାକ୍ଷରୀତ ଏକ ଦାବୀ ପତ୍ର ରାଜ୍ୟର ମହାମହିମ ରାଜ୍ୟପାଳ, ମୂଖମନ୍ତ୍ରୀ, ସ୍କୁଲ ଓ ଗଣ ଶିକ୍ଷା, ଅନୁସୂଚୀତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ, ଶିକ୍ଷା ସଚିବ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏହାସହ ସେମାନଙ୍କୁ ସେମାନଙ୍କ ବିଦ୍ୟାଳୟ ଫେରାଇ ଦେବାକୁ ଅନୁରୋଧ କରିବା ସହ ପିଲାଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

- Advertisement -

 

 

 

 

 

 

 

 

 

 

 

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories