www.samajalive.in
Monday, December 15, 2025
14.1 C
Bhubaneswar

ଧର୍ମେନ୍ଦ୍ର-ପ୍ରଣବ ଟୁଇଟ୍ ଯୁଦ୍ଧ: ପଛୁଆବର୍ଗ ସଂରକ୍ଷଣକୁ ନେଇ ରାଜନୀତି ସରଗରମ

ଭୁବନେଶ୍ବର: ନିର୍ବାଚନରେ ପଛୁଆବର୍ଗ(ଓବିସି)ଙ୍କୁ ସଂରକ୍ଷଣ ପ୍ରସଙ୍ଗ ଏବେ ରାଜନୈତିକ ବାଦିପାଲା ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ରାଜ୍ୟ ସାନି ସଂଶୋଧିତ ତାଲିକା ପ୍ରକାଶ କରିବା ନିଷ୍ପତ୍ତି ନେବାପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଏହି ନିଷ୍ପତ୍ତିରୁ ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେହେଉଛି। ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନ ସର୍ବୋଚ୍ଚ ନ୍ୟାୟାଳୟରେ ଦୀର୍ଘ ଦିନ ଧରି ପଡ଼ି ରହିବା ପରେ ରାଜ୍ୟ ସରକାର ଏ ବିଷୟରେ ଚିନ୍ତା ନ କରିବା ଦୁଃଖଦାୟକ ଓ ଚିନ୍ତାଜନକ।

ମଧ୍ୟପ୍ରଦେଶ ସରକାର ଓବିସି ସଂରକ୍ଷଣ ଉପରେ ପୁନଃ ଆବେଦନ (ରିଭ୍ୟୁ ପିଟିସନ) କରିବାକୁ ଯାଉଥିବାବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ସ୍ଥାନସଂରକ୍ଷଣ ନେଇ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟର ପୁର୍ନବିଚାର କରିବା ପାଇଁ କାହିଁକି ଆବେଦନ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଆଜି ଧର୍ମେନ୍ଦ୍ରଙ୍କୁ ତୀକ୍ଷ୍ଣ ଶର ଛାଡିଛନ୍ତି।

- Advertisement -

ଶ୍ରୀ ଦାସ କହିଛନ୍ତି ଯେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଏହି ସଂରକ୍ଷଣ ୫୦ ପ୍ରତିଶତ ପର୍ଯ୍ୟନ୍ତ ବି ଯାଇପାରେ। ବିଜେଡି ଟିକେଟ ପାଇଥିବା ଓବିସି ପ୍ରାର୍ଥୀଙ୍କ ତାଲିକା ଦଳ ପକ୍ଷରୁ ସର୍ବସାଧାରଣରେ ପ୍ରକାଶ କରାଯିବ । ସମାନ ବ୍ୟବସ୍ଥା ବିଜେପିରେ ଲାଗୁ କରିବା ପାଇଁ ପ୍ରଣବ ଆହ୍ବାନ ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ରାଜନୀତି ନ କରି ନିର୍ବାଚନରେ ଓବିସିଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ପାଇଁ ସଂରକ୍ଷଣ ଦେବାକୁ ମିଳିତ ଲଢ଼େଇ ପାଇଁ ସେ ନିବେଦନ କରିଛନ୍ତି।

ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଆସୁଛନ୍ତି । ବର୍ଷ ବର୍ଷ ଧରି ସେଠାରେ ବିଜେପି କ୍ଷମତାରେ ରହିଛି। ତେବେ ମଧ୍ୟପ୍ରଦେଶ ସରକାର କାହିଁକି ଓବିସିଙ୍କୁ ସଂରକ୍ଷଣ ଦେବାରେ ବିଫଳ ହୋଇଛନ୍ତି ତାହା ମଧ୍ୟ ସେ ରାଜ୍ୟବାସୀଙ୍କୁ ଜଣାନ୍ତୁ। ଏହାସହ ଓବିସି ସଶକ୍ତୀକରଣ ପାଇଁ ଆଉ କ’ଣ କରିହେବ ସେଦିଗରେ ଧର୍ମେନ୍ଦ୍ର ସହଯୋଗର ହାତ ବଢାଇଲେ ଭଲ ହେବ ବୋଲି ପ୍ରଣବ ଆଶା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ କେନ୍ଦ୍ରରେ ବିଜେପି ସାଢ଼େ ୭ ବର୍ଷ ହେଲା କ୍ଷମତାରେ ରହିଛି। ତଥାପି ବିଜେପି ଓବିସି ସଂରକ୍ଷଣକୁ ପ୍ରାଥମିକତା ଦେଇନାହିଁ। ଓବିସିଙ୍କ ପ୍ରତି କେନ୍ଦ୍ରର ଦରଦ ନାହିଁ, ବିଜେପି ଖାଲି ତୁଚ୍ଛା ରାଜନୀତି କରୁଛି। ବିଜେପି ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ପାଇଁ ଡରୁଛି, କିନ୍ତୁ ଓଡ଼ିଶାରେ ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍ ଦେବ। ରାଜ୍ୟରେ ବିଜେଡ଼ି ସରକାର ଯାହା ଓବିସିଙ୍କ ପାଇଁ କରିଛି ତାହା ବିଜେପି ଥରେ କରି ଦେଖାଉ ବୋଲି ସେ ଆହ୍ବାନ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories