www.samajalive.in
Sunday, December 14, 2025
17.1 C
Bhubaneswar

ଟୋକିଓ ପାରାଲିମ୍ପିକ୍‌ସ ପଦକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର: ପାରା ସ୍ପୋର୍ଟ୍ସସ ଆସୋସିଏସନ ଅଫ ଓଡ଼ିଶା, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ,ପାରାଲିମ୍ପିକ୍‌ସ କମିଟି ଅଫ ଇଣ୍ଡିଆର ମିଳିତ ସହଯୋଗରେ ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ଭୁବନେଶ୍ବରରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରତିଯୋଗିତାକୁ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା, ପାରାଲିମ୍ପିକ୍‌ସ ଅଫ ଇଣ୍ଡିଆ ସଭାପତି ପଦ୍ମଶ୍ରୀ ପ୍ରଭାକର ରାଓ, ରାଜ୍ୟ ଭିନ୍ନକ୍ଷମ ଅୟୁକ୍ତ ସୁଲୋଚନା ଦାସ, ପାରା ସ୍ପୋର୍ଟ୍ସସ ଆସୋସିଏସନ ଅଫ ଓଡ଼ିଶା ସଭାପତି କମଳାକାନ୍ତ ରଥ, ଉଡାନ ବ୍ୟାଡମିଣ୍ଟନ ଏକାଡ଼େମୀ ସଭାପତି ଅଶୋକ ମିଶ୍ର, ଭାରତୀୟ ପାରାଲିମ୍ପିକ୍‌ସ ସଂଘ ସଭାପତି ଦୀପା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଟୋକିଓ ପାରାଲିମ୍ପିକ୍‌ସରେ ଆମ କ୍ରୀଡ଼ାବିତ୍‌ମାନେ ଯେଉଁ ସଫଳତା ପାଇଛନ୍ତି ତାହା ଦେଶ ପାଇଁ ଗର୍ବର ବିଷୟ ବୋଲି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବା ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମତ ପ୍ରକାଶ କରିଥିଲେ। ପାରାଲିମ୍ପିକ୍‌ସ କମିଟି ଅଫ ଇଣ୍ଡିଆ ସଭାପତି ଦୀପା ମଲ୍ଲିକ ପାରା କ୍ରୀଡ଼ାକୁ ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନକୁ ପ୍ରଶଂସା କରିଥିଲ।

୩ ଦିନ ଧରି ଚାଲିବାକୁ ଥିବା ଉକ୍ତ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୫୦୦ ପାରା କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତା ରେଲୱେ ଇନଡୋର ଷ୍ଟାଡ଼ିୟମ ଓ ପଟିଆସ୍ଥିତ ଉଡାନ ବ୍ୟାଡମିଣ୍ଟନ ଏକାଡେମୀରେ ଖେଳାଯାଉଛି। ସେହିପରି ଟୋକିଓ ପାରାଲିମ୍ପିକ୍‌ସରେ ପଦକ ବିଜୟୀ ହୋଇଥିବା ପାରା ବ୍ୟାଡମିଣ୍ଟନ ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପାରାଲିମ୍ପିକ୍‌ସ କମିଟି ଅଫ ଇଣ୍ଡିଆ ସଭାପତି ଦୀପା ମଲ୍ଲିକ, ଅଧ୍ୟକ୍ଷ ପ୍ରଭାକର ରାଓ, ପ୍ରଶିକ୍ଷକ ଗୌରବ ଖାନ୍ନା, ଓଡ଼ିଶା ପାରା ବ୍ୟାଡମିଣ୍ଟନ ଦଳର ମୁଖ୍ୟ ପ୍ରଶିକ୍ଷକ ଶିବପ୍ରସାଦ ଦାସ, ଟୋକିଓ ପାରାଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ, କ୍ରିଷ୍ଣା ନାଗର, କାଂସ୍ୟ ବିଜେତା ମନୋଜ ସରକାର, ତରୁଣ ଧିଲନ, ପାରୁଲ ପାରମର, ପଲ୍ଲକ କୋହଲି ଓ ରାଜ୍‌କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପାରା କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ନେଇ ପ୍ରତିଶ୍ରୁତି ଦେଇଥିବାବେଳେ ଆଗାମୀ ପ୍ରତିଯୋଗିତାର ସଫଳତା କାମନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories