www.samajalive.in
Monday, December 8, 2025
16.1 C
Bhubaneswar

ରାଜ୍ୟରେ ଦୁର୍ନୀତି ଚରମ ସୀମାରେ, ହେଲେ ମୁଖ୍ୟମନ୍ତ୍ରୀ ଆଖିରେ ଅନ୍ଧପୁଟୁଳି ବାନ୍ଧିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଖମାର/ଅନୁଗୁଳ: ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ଭଳି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି । ଏହିଭଳି ଭାବେ ଦୀର୍ଘ ୨୩ ବର୍ଷର ସ୍ଥାଣୁ ସରକାରରେ ଦୀପ ତଳ ଅନ୍ଧାର ଭଳି ଅନୁଗୁଳ ଅଞ୍ଚଳ ଆଜି ନିଷ୍ପେସିତ ହୋଇଛି ବୋଲି ରବିବାର ଅନୁଗୁଳର ଖମାରଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମୋଦୀ ସରକାରଙ୍କ ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ‘ରାଷ୍ଟ୍ରୀୟ ମହାଜନସମ୍ପର୍କ ଅଭିଯାନ’ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କହିଛନ୍ତି ଯେ, କଣିହାଁ ଚଷାଚାଷୀ ଓ କୃଷି ଆଧାରିତ ଅର୍ଥନୀତିର ଅଞ୍ଚଳ । ମାତ୍ର ଦୀର୍ଘ ୨୩ ବର୍ଷର ଅପାରଗ ଶାସନ କାରଣରୁ ଇଞ୍ଚେ ବି ଚାଷ ଜମିରେ ଜଳସେଚନର ବ୍ୟବସ୍ଥା ହୋଇପାରିଲା ନାହିଁ । ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନ ଥିବାରୁ କଣିହାଁ ଅଞ୍ଚଳରେ ଜଳସେଚନର ବ୍ୟବସ୍ଥା ହୋଇନାହିଁ । ରେଙ୍ଗାଲି ଡ୍ୟାମ, ସମଲ ବ୍ୟାରେଜ, ରେଙ୍ଗାଲି ଲେଫ୍ଟ କେନାଲ, ରେଙ୍ଗାଲି ରାଇଟ୍ କେନାଲ, ପ୍ରସ୍ତାବିତ ଦୁର୍ଗାପୁର କେନାଲ ଏହି ଅଞ୍ଚଳରେ ଅଛି । ସମାକୋଇ ନଦୀ ଉପରେ ଥିବା ଜଳସେଚନ ପ୍ରକଳ୍ପ ଆକାଶ କଇଁଆ, ଚିଲିକା ମାଛ ଭଳି ହୋଇ ରହିଛି । ଏହାକୁ କଣ ଶାସନ କୁହାଯାଏ ?

- Advertisement -

ମୋଦି ସରକାରରେ ଅନୁଗୋଳ ଜିଲ୍ଲା ଓଡ଼ିଶାର ରାଜକୋଷକୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଦେଇଛି । ଏହା ସତ୍ତ୍ୱେ ଅଞ୍ଚଳର ଯୁବକ ଦାଦନ ଖଟିବାକୁ ଯାଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିପର୍ୟ୍ୟସ୍ତ । ଏଠାରେ ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର ଥିବା ପରେ ମଧ୍ୟ ବିଦ୍ୟୁତର ଅଭାବ ଅଛି । ତାଳଚେର କୋଇଲାରେ ଓ ରେଙ୍ଗାଲିର ପାଣିରୁ ଉତ୍ପାଦିତ ହେଉଥିବା ବିଜୁଳିରେ ସାରା ଓଡ଼ିଶା ଆଲୋକିତ ହୁଏ । କିନ୍ତୁ ଦୀପ ତଳ ଅନ୍ଧାର ଭଳି ଏହି ଅଞ୍ଚଳ ଆଜି ନିଷ୍ପେସିତ।

ଅପରପକ୍ଷରେ ଗତ ୬ ମାସରେ ୧୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ତଳିଆ ସରକାରୀ କର୍ମଚାରୀଙ୍କଠାରୁ ଜବତ ହୋଇଛି । ଓଡ଼ିଶାର ତୃତୀୟ ମହଲାର ପ୍ରଚ୍ଛଦପଟ୍ଟରେ ପ୍ରୋତ୍ସାହନ ମିଳୁଥିବା କାରଣରୁ ଏହା ସମ୍ଭବ ହୋଇଛି । ଷ୍ଟପ୍ ପିସି କହୁଥିବା ମୁଖ୍ୟମନ୍ତ୍ରୀ ଆଜି ଧ୍ରୁତରାଷ୍ଟ୍ର ଭଳି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି। ତୃତୀୟ ମହଲାର କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ରାଜ୍ୟରେ ହରିଲୁଟ କରୁଛନ୍ତି । ଏହା ଉପରେ ପ୍ରଶ୍ନ କଲେ ଦିନରେ ଲଣ୍ଠନ ଦେଖାଇବା ଭଳି କଥା କହୁଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ହୋଇଥିବା ଗରିବ କଲ୍ୟାଣ ଯୋଜନାରେ ଅନୁଗୋଳ ବିଶେଷ ଲାଭ ପାଇଛି । ଅନୁଗୋଳରେ ମୋଦୀଜୀ ୯ ବର୍ଷରେ ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଅନୁଗୁଳ ଜିଲ୍ଲାର ୩ ଲକ୍ଷ ୯ ହଜାର ୩୭୮ଟି ପରିବାରକୁ ସର୍ବମୋଟ ୮ ହଜାର ୭୨୦ କୋଟି ଟଙ୍କା ଦେଇଛନ୍ତି । ପରିବାର ପିଛା ପ୍ରାୟ ୨ ଲକ୍ଷ ୮୧ ହଜାର ୮୫୬ ଟଙ୍କା ମିଳିଛି ।

ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶାକୁ ୨.୨୨ ଲକ୍ଷ କୋଟି ଅନୁଦାନ ମିଳିଛି । ଚତୁର୍ଦ୍ଦଶ କମିଶନରେ ଓଡ଼ିଶାକୁ ୧.୮୪ ଲକ୍ଷ କୋଟି ଏବଂ ତ୍ରୟୋଦ୍ଦଶ ଅର୍ଥ କମିଶନରେ ୬୯ ହଜାର ୩୧୬ କୋଟି ମିଳିଥିଲା। ଖଣି ନୀତିରେ ସଂସ୍କାର କାରଣରୁ ଓଡ଼ିଶା ୨୦୨୨-୨୩ରେ ପ୍ରାୟ ୫୦ ହଜାର କୋଟି ଟଙ୍କା ପାଇଛି । ପୂର୍ବ ସରକାରରେ ଓଡ଼ିଶା ମାତ୍ର ୫ ହଜାର ରାଜସ୍ୱ ପାଉଥିଲା । ସେହିପରି ଓଡ଼ିଶାକୁ ୨୦୨୨-୨୩ରେ ୪୯ ହଜାର ୪୪୨ କୋଟି ଟଙ୍କା ମିଳିଛି । ଓଡ଼ିଶାରେ ୨୦୨୩ ଜାନୁଆରୀ ସୁଦ୍ଧା ୨୧ ହଜାର ୩୭୪ କୋଟି ଡିଏମଏଫ ଟଙ୍କା ଆଦାୟ ହୋଇଛି । ମୋଦୀ ସରକାରରେ ଗଠିତ ଡିଏମଏଫ ପାଣ୍ଠିରେ ଏହି ଅଞ୍ଚଳରେ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ସମେତ ଜନକଲ୍ୟାଣକାରୀ କାର୍ଯ୍ୟ କରାଯାଇଛି । ଅନୁଗୋଳ-ସୁକିନ୍ଦା ରେଳ ଲାଇନ ସହ ରେଳ ଭିତ୍ତିଭୂମିକୁ ମଜଭୂତ୍ କରାଯିବା ସହ ସଡକପଥକୁ ବିକଶିତ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହି ଅବସରରେ ଧର୍ମେନ୍ଦ୍ର କଣିହାଁ ସ୍ଥିତ “ତାଳଚେର ପ୍ରଜାମଣ୍ଡଳ ଶହୀଦ୍ ସ୍ମୃତି ସ୍ତମ୍ଭ” ସମେତ ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କଂସମୁଣ୍ଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ଓ ମାଉସୀ ମା’ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ,ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଲିଙ୍ଗରାଜ ଦାସ, ଚନ୍ଦନ ସ୍ୱରାଜ, ନୃସିଂହ ବରାଳ ପ୍ରମୁଖ ମଂଚାସୀନ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories