www.samajalive.in
Sunday, December 7, 2025
26.1 C
Bhubaneswar

ରନ୍ଧନ ଗ୍ୟାସର ଦରବୃଦ୍ଧି ବିରୋଧରେ ଜିଲା କଂଗ୍ରେସର ପ୍ରତିବାଦ

ସମ୍ବଲପୁର: ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ରାତିରେ ଜିଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା। ଜିଲା କଂଗ୍ରେସ କମିଟି ସଭାପତି ଜୟଶଙ୍କର ମିଶ୍ରଙ୍କ ନେତୃତ୍ବରେ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ଲକ୍ଷ୍ମୀ ଟକିଜ ଛକ ଦେଇ ପରିକ୍ରମା କରି ଜିଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ପୋଷ୍ଟର ପୋଡ଼ିଥିଲେ। ଜିଲା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଯଥେଷ୍ଟ କମ ରହିଥିବା ବେଳେ ଗରିବ ତଥା ସାଧାରଣ ଲୋକଙ୍କ ସରକାର ବୋଲି କହି ବାହା ବାହା ନେଉଥିବା କେନ୍ଦ୍ର ମୋଦୀ ସରକାର ହିତାଧିକାରୀଙ୍କୁ ଏଲପିଜି ଗ୍ୟାସ ସହ ଉଜ୍ଜ୍ବଳା ଯୋଜନାର ଗ୍ୟାସକୁ ୫୦ ଟଙ୍କା ବଢାଇଥିବାରୁ ଏ ନେଇ ଦୃଢ ପ୍ରତିବାଦ କରାଯାଇ ବର୍ଦ୍ଧିତ ଦରକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି। କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସୁବାସ ବିଶ୍ବାଲ, ଗିରିଜା ନାୟକ, ମହମ୍ମଦ ଜୁବେର, ରବି ରାଉତ, ମୋହନ ସାହା, ମହମ୍ମଦ ସଲିମ, ଏମଡି ମୁକ୍ତାର, ହରୀ ପାଢୀ, ଫିଲିପ୍ପ କୁମାର, ଜିତେନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ମହାନନ୍ଦ, ସାମା ସିଂ, ଓକିଲ ଚୌଦରୀ, ଅନିଲ ବେହେରା, ଶ୍ରବଣ ମେହେର, ଶିବ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories