www.samajalive.in
Sunday, December 7, 2025
26.1 C
Bhubaneswar

ଓଡିଶାକୁ କେନ୍ଦ୍ରର ୫ ହଜାର ୧୨୨ କୋଟି ଜିଏସ୍‍ଟି ସହାୟତା ରାଶି କରୋନାରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ହୋଇଥିବା ରାଜସ୍ୱ କ୍ଷତିରୁ ମୁକ୍ତି ଦେବ : ଧର୍ମେନ୍ଦ୍ର ପ୍ରଧାନ

  •  ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ
  •  ବିଗତ ୩ ବର୍ଷ ଧରି ଓଡ଼ିଶାକୁ ଜିଏସଟି ସହାୟତା ରାଶି ପ୍ରଦାନରେ କ୍ରମାଗତ ବୃଦ୍ଧି
  • ଓଡିଶାରେ ବିକାଶମୂଳକ କାର୍ଯ୍ୟ ବୃଦ୍ଧି ପାଇଁ ରାଜ୍ୟ ଅର୍ଥନୀତିକୁ ଗତି ଦେବ
  • ଓଡ଼ିଶା ସର୍ବଦା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି
  •  କେନ୍ଦ୍ର ସରକାରଙ୍କ ସହଯୋଗ କାରଣରୁ ଅଧିକ ଲାଭବାନ ହେଉଛି ଓଡିଶା
  •  ପ୍ରାକୃତିକ ବିପର୍ଯ୍ୟୟ ଏବଂ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଓଡିଶା ଭଳି ରାଜ୍ୟ ଲାଭବାନ ହୋଇଛି
  •  ପୂର୍ବ ଭାରତ ବିକାଶରେ ଓଡ଼ିଶାକୁ ପ୍ରମୁଖ ଅଙ୍ଗ ଭାବେ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର :  ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୫ ହଜାର ୧୨୨ କୋଟି ଟଙ୍କା ଜିଏସଟି ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ ଏହି ବର୍ଦ୍ଧିତ ଜିଏସଟି ସହାୟତା ରାଶି ପ୍ରଦାନ କୋରନା ମହାମାରୀରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ହୋଇଥିବା ରାଜସ୍ୱ କ୍ଷତିରୁ ମୁକ୍ତି ପ୍ରଦାନ କରିବ। ଏହାସହ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ବୃଦ୍ଧି ପାଇଁ ରାଜ୍ୟର ଅର୍ଥନୀତିକୁ ଗତି ଦେବାରେ ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।


ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ  ଜଣାଇଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଚଳିତବର୍ଷ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧ ଲକ୍ଷ ୬୫ ହଜାର ୩୦୨ କୋଟି ଟଙ୍କା ଜାରି କରିଛନ୍ତି। ତନ୍ମଧ୍ୟରୁ ଓଡ଼ିଶାକୁ ୫ ହଜାର  ୧୨୨ କୋଟି ଟଙ୍କା ଜିଏସଟି ସହାୟତା ରାଶି ପ୍ରଦାନ କରାଯାଇଛି। ବିଗତ ୩ ବର୍ଷ ଧରି ଓଡ଼ିଶା ପାଇଁ ଜିଏସଟି ସହାୟତା ରାଶି ପ୍ରଦାନରେ କ୍ରମାଗତ ବୃଦ୍ଧି ହୋଇଛି। ୨୦୧୭-୧୮ରେ ୪ ହଜାର ୭୪ କୋଟିରୁ ୨୦୧୮- ୧୯ରେ ୪ ହଜାର ୮୬୭ କୋଟି ଟଙ୍କା ଏବଂ ଏବେ ଏହା ପୁଣି ୫.୨୩ ପ୍ରତିଶତ ବୃଦ୍ଧି ହୋଇଛି। ରାଜ୍ୟ ଗୁଡିକର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ସହଯୋଗୀ ସଂଘୀୟ ବ୍ୟବସ୍ଥାରେ ମୋଦି ସରକାର ସର୍ବଦା କାର୍ଯ୍ୟ କରି ଆସୁଛନ୍ତି। ଓଡ଼ିଶା ସର୍ବଦା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି ଏବଂ କେନ୍ଦ୍ର ସରକାରଙ୍କ ସହଯୋଗ କାରଣରୁ  ଅଧିକ ଲାଭବାନ ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ଏବଂ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଓଡିଶା ଭଳି ରାଜ୍ୟ ଲାଭବାନ ହୋଇଛି। ଗତ କିଛି ମାସ ପୂର୍ବରୁ ଓଡ଼ିଶା ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ସଙ୍ଗେସଙ୍ଗେ ଓଡ଼ିଶାର ପୁନରୁଦ୍ଧାର ପାଇଁ ତତ୍କାଳୀନ ୫୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ।

- Advertisement -


କେନ୍ଦ୍ର ସରକାରଙ୍କ ତରଫରୁ ଏକ ନିୟୁତରୁ କମ୍‍ ଲୋକ ବାସ କରୁଥିବା ସହର ଗୁଡ଼ିକର ପୌର ସଂସ୍ଥା(ନନ୍‍ମିଲିୟନ- ସିଟି) ପାଇଁ ଓଡ଼ିଶାକୁ ପ୍ରଥମ କିସ୍ତି ସ୍ୱରୂପ ଅଗ୍ରୀମ ଭାବରେ ୨୭୧.୭୫ କୋଟି ଟଙ୍କା ମିଳିଛି। ଜଳ ଜୀବନ ମିଶନ ଅଧୀନରେ ନିୟମିତ ଏବଂ ଦୀର୍ଘକାଳୀନ ଭିତ୍ତିରେ ଉତ୍ତମ ଗୁଣବତ୍ତା ସହ ଦୈନିକ ମୁଣ୍ଡପିଛା ୫୫ ଲିଟରର ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଓଡ଼ିଶା ପାଇଁ ୮୧୨ କୋଟି ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତକୁ ବିକଶିତ କରିବା ଲକ୍ଷ୍ୟରେ ପୂର୍ବଦୋୟ ଭିଜନରେ ପୂର୍ବ ଭାରତର ବିକାଶରେ ଓଡ଼ିଶାକୁ ପ୍ରମୁଖ ଅଙ୍ଗ ଭାବରେ ଆଗେଇ ନେବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀ ପ୍ରଧାନ ପୁନର୍ବାର ଧନ୍ୟବାଦ ଜଣାଇଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories