www.samajalive.in
Sunday, December 7, 2025
23.1 C
Bhubaneswar

ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ଦୂରଦୃଷ୍ଟିକୁ ପୂରଣ କରୁଛି ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ – ଧର୍ମେନ୍ଦ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଶିକ୍ଷା କ୍ଷେତ୍ରରେ ଉଡାନ୍‍, ପ୍ରଗତି, ଆଇସିଟି ଆଧାରରେ ଶିକ୍ଷା ଏବଂ ଅନଲାଇନ ଶିକ୍ଷା ପ୍ରଦାନ କରିବା ପାଇଁ ସ୍ୱୟମ୍‍ ଭଳି ନେଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାରା ଦେଶ ତଥା ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ଦୂରଦୃଷ୍ଟିକୁ ପୂରଣ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶିକ୍ଷା କ୍ଷେତ୍ରରେ ମୋଦୀ ସରକାରଙ୍କ ପଦକ୍ଷେପ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶିକ୍ଷା କ୍ଷେତ୍ରରେ ବିକାଶକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ଓଡ଼ିଶାରେ ବୌଦ୍ଧିକ ପୁଞ୍ଜିକୁ ଅଧିକ ସୁଦୃଢ଼ କରିବା ପାଇଁ ଏଠାରେ ଆଇଆଇଟି, ଆଇଆଇଏମ୍‍, ଆଇଜର, ସିପେଟ୍‍ ଏବଂ ଏନଏସଟିଆଇ ଭଳି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା(ପିଏମକେଭିୱାଇ)ରେ ଓଡ଼ିଶାର ୨.୭ ଲକ୍ଷରୁ ଅଧିକ ଯୁବକଯୁବତୀ ନାମ ପଞ୍ଜିକରଣ କରିବା ଭାରତ ସରକାରଙ୍କ ଓଡ଼ିଶା ତଥା ଭାରତକୁ ଦକ୍ଷ ମାନବ ସମ୍ବଳର ପେଣ୍ଠସ୍ଥଳି କରିବା ପାଇଁ ଥିବା ଅଦମ୍ୟ ପ୍ରଚେଷ୍ଟାକୁ ପ୍ରତିଫଳିତ କରୁଛି। ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ଓଡ଼ିଶାର ମୌଳିକ ସୁବିଧାରୁ ବଞ୍ଚିତ ଥିବା ଶ୍ରେଣୀର ଯୁବପିଢିଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରୁଛି। ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି) ମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ହେଉ କିମ୍ବା ଜାତୀୟ ନିଯୁକ୍ତି ସଂସ୍ଥାର ଗଠନ ହେଉ, ମୋଦି ସରକାର ଭାରତର ଶିକ୍ଷା କ୍ଷେତ୍ରରେ ସୁଧାର ଆଣି  ଲକ୍ଷାଧିକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସମସ୍ତଙ୍କ ନିକଟରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ଏବଂ ଗୁଣାତ୍ମକ ଶିକ୍ଷାର ମାନରେ ଅଭିବୃଦ୍ଧି ଆଣିବା ଓ ଏକବିଂଶ ଶତାବ୍ଦୀର ଦକ୍ଷତା ବିକାଶ ମାଧ୍ୟମରେ ଭାରତକୁ ବିଶ୍ୱ ଜ୍ଞାନର ମହାଶକ୍ତି କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଦେଶରେ ଥିବା ଶିକ୍ଷାନୁଷ୍ଠାନର ରାଙ୍କିଂରେ ସୁଧାର, ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯୁବପିଢିଙ୍କ ଦକ୍ଷତା ବିକାଶ, ନିୟାମକ ସଂସ୍ଥାରେ ସଂସ୍କାର ଏବଂ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ଦାନରେ ଢ଼ାଞ୍ଚାଗତ ସଂସ୍କାର ଆଣି ଭାରତ ସରକାର ଶିକ୍ଷା କ୍ଷେତ୍ରର ପୁନଃଉଦ୍ଧାର କରୁଛନ୍ତି। ସଶକ୍ତ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଗୁଣାତ୍ମକ ଶିକ୍ଷା ନିତ୍ୟାନ୍ତ ଆବଶ୍ୟକ ବୋଲି ମୋଦି ସରକାର ନିଷ୍ଠାର ସହ ବିଶ୍ୱାସ କରନ୍ତି। ଭାରତକୁ ବିଶ୍ୱଗୁରୁ କରିବା ଓ ମୂଳ ସଂସ୍କୃତି ସହ ଜଡ଼ିତ ଦେଶର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରର ଗଢ଼ି ତୋଳିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories