ସମାଜ ଡିଜିଟାଲ ଡେସ୍କ: ଯଦି ଆପଣ ସିନେମା ଏବଂ ପ୍ରେମ ଉଭୟର ପ୍ରଶଂସକ, ଇନଷ୍ଟାଗ୍ରାମ ଏବଂ ରିଲ୍ସ ପୂର୍ବରୁ ଏକ ଯୁଗରେ ବଢ଼ିଛନ୍ତି, ତେବେ ଆପଣ ଜାଣିପାରିବେ ଯେ ଆମେ ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ବିଷୟରେ କହୁଛୁ, ଏକ ପ୍ରେମ କାହାଣୀ ଯାହାଙ୍କ ପ୍ରକୃତ ଜୀବନ ଯାତ୍ରା ରୂପେଲି ପରଦାର କାହାଣୀ ଠାରୁ କିଛି କମ କଷ୍ଟ ଓ ସହଜ ନଥିଲା।
ପ୍ରେମରେ ସାଂସାରିକ ବ୍ୟାପାରର ଉଚ୍ଚ ପ୍ରାଚୀର ସେମାନଙ୍କ ମଧ୍ୟରେ ଠିଆ ହୋଇଥିଲା। ଧର୍ମେନ୍ଦ୍ର ପୂର୍ବରୁ ବିବାହିତ ଏବଂ ଚାରି ପିଲାଙ୍କ ପିତା ଥିଲେ। କେବଳ ହେମାଙ୍କ ପରିବାର ନୁହେଁ, ସମଗ୍ର ଚଳଚ୍ଚିତ୍ର ଶିଳ୍ପ ମଧ୍ୟ ସେମାନଙ୍କ ବିବାହ ବିରୁଦ୍ଧରେ ଥିଲା। ତଥାପି, ସାଂସାରିକ ବ୍ୟାପାରର କୌଣସି ପ୍ରାଚୀର ପ୍ରେମର ଏହି ନଦୀକୁ ପ୍ରବାହିତ ହେବାରୁ ରୋକି ପାରିନଥିଲା। ଧର୍ମେନ୍ଦ୍ର ଆଉ ଏବେ ଆମ ଗହଣରେ ନାହାନ୍ତି। ତାଙ୍କ ୯୦ତମ ଜନ୍ମଦିନର କିଛି ଦିନ ପୂର୍ବରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
୧୯୭୦ ଦଶକରେ ଧର୍ମେନ୍ଦ୍ର ଓ ହେମାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ୧୯୭୫ମସିହାରେ ଫିଲ୍ମ ନିର୍ମାତା ଖ୍ୱାଜା ଅହମ୍ମଦ ଆବାସଙ୍କ ଫିଲ୍ମ ‘ଆସମାନ ମହଲର’ ପ୍ରିମିୟରରେ ଉଭୟଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ହେମା ଏକ ସାକ୍ଷାତକାରରେ ଏହା ସ୍ପଷ୍ଟ କରିଥିଲେ ଯେ ଯେତେବେଳେ ସେ ପ୍ରଥମେ ଧର୍ମେନ୍ଦ୍ରଙ୍କୁ ଦେଖିଥିଲେ ସେ ଭାବିଥିଲେ ଯେ ମୁଁ ପୂର୍ବରୁ ଏତେ ସୁନ୍ଦର ପୁରୁଷ କେବେ ଦେଖିନାହିଁ । ହେମା ଆହୁରି ମଧ୍ୟ କହିଥିଲେ ଯେ ପୁଅଟି ଏତେ ସୁନ୍ଦର ତେବେ କଣ ହେବ, ସେ ପୂର୍ବରୁ ବିବାହିତ ହୋଇସାରିଥିଲେ । ଏହା କେବଳ ଏକ ଚିନ୍ତାଧାରା, ଯାହା ମନକୁ ଆସିଥିଲା ଆଉ ଚାଲିଯାଇଥିଲା । ହେମାଙ୍କ ପରିବାର ପୂର୍ବରୁ ବହୁତ କଠୋର ଥିଲେ । ପ୍ରେମ ପାଇଁ ନୁହେଁ ବରଂ ଫିଲ୍ମରେ କାମ କରିବା ପାଇଁ । ଫିଲ୍ମରେ କାମ କରିବାକୁ ହେମାଙ୍କୁ ପରିବାରରୁ ଅନୁମତି ଦିଆଯାଇନଥିଲା । କିନ୍ତୁ ଅଭିନୟ କରିବା ଏବଂ ଫିଲ୍ମରେ କାମ କରିବା ହେମାଙ୍କ ମନରେ ନିଆଁ ଜଳାଇଥିଲା, ଯାହାକୁ କେହିବି ଲିଭାଇ ପାରିନଥିଲେ ।
ଉଭୟ ଯେତେବେଳେ ଫିଲ୍ମ ସୁଟିଂରେ ଦେଖା ହୋଇଥିଲେ
୧୯୬୮ ମସିହାର କଥା । ଜାନୱାର ଏବଂ ବ୍ରହ୍ମଚାରୀ ଭଳି ସୁପରହିଟ୍ ଫିଲ୍କ ତିଆରି କରିଥିବା ନିର୍ଦ୍ଦେଶକ ‘ତୁମ୍ ହସିନ୍, ମୈଁ ଜବାନ’ ନାମକ ଏକ ଫିଲ୍ମ ତିଆରି କରୁଥିଲେ । ଏଥିରେ ହେମା ଓ ଧର୍ମେନ୍ଦ୍ର ଲିଡ ରୋଲରେ ନଜର ଆସିଥିଲେ । ସେତେବେଳେ ହେମାଙ୍କୁ ୨୦ବର୍ଷ ହୋଇଥିବା ବେଳେ ଧର୍ମେନ୍ଦ୍ରଙ୍କୁ ୩୩ବର୍ଷ ହୋଇଥିଲା । ଏହି ଫିଲ୍ମ ପୂର୍ବରୁ ଧର୍ମେନ୍ଦ୍ର ୫୦ରୁ ଅଧିକ ଫିଲ୍ମ କରିସାରିଥିବା ବେଳେ ହେମାଙ୍କର ଏହା ତୃତୀୟ ଫିଲ୍ମ ଥିଲା । ହେମା ସେତେବେଳେ କ୍ୟାରିଅର ଆରମ୍ଭ କରୁଥିବା ବେଳେ ଧର୍ମେନ୍ଦ୍ର କ୍ୟାରିଅରର ଶୀର୍ଷରେ ରହିଥିଲେ । ଏହି ଫିଲ୍ମର ସୁଟିଂ ବେଳେ ଦୁହିଁଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଥିଲା । ଏହାର ଦୁଇ ବର୍ଷ ପରେ ୧୯୭୦ ଜୁଲାଇ ୨୪ରେ ଫିଲ୍ମଟି ରିଲିଜ ହୋଇଥିଲା । କିନ୍ତୁ ସେତେବେଳକୁ ଚଳଚ୍ଚିତ୍ରର କାହାଣୀ ବାସ୍ତବ ଜୀବନରେ କିଛିଟା ପୁନରାବୃତ୍ତି ହୋଇସାରିଥିଲା । ଏହି ଫିଲ୍ମ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଦୁହେଁ ନୟା ଜମାନା(୧୯୭୧), ସୀତା ଔର ଗୀତା (୧୯୭୨) ଏବଂ ରାଜା ଜାନି (୧୯୭୨) ଭଳି ଫିଲ୍ମରେ ଏକାଠି କାମ କରିଥିଲେ ।
ଡ୍ରିମ ଗାର୍ଲଙ୍କ ଦୁଇ ପ୍ରେମିକ
ସେହି ସମୟରେ ସୁପରଷ୍ଟାର ସଞ୍ଜୀବ କୁମାର ମଧ୍ୟ ହେମା ମାଳିନୀଙ୍କୁ ଗଭୀର ପ୍ରେମ କରୁଥିଲେ । କିନ୍ତୁ ସେ ତାଙ୍କ ପ୍ରେମ ପ୍ରକାଶ କରିବାର ସାହସ ଜୁଟାଇ ପାରିନଥିଲେ । ସୀତା ଔର ଗୀତା ଫିଲ୍ମର ସେହି ଗୀତଟି ମନେ ଥିବ ଆପଣଙ୍କର ନିଶ୍ଚୟ । ପରେ ସଞ୍ଜୀବ କୁମାର ଜିତେନ୍ଦ୍ରଙ୍କ ହାତରେ ହେମାଙ୍କ ପାଖକୁ ପ୍ରେମ ବାର୍ତ୍ତା ପଠାଇଥିଲେ, କିନ୍ତୁ ହେମା ମନା କରିଦେଇଥିଲେ । ଏହାପରେ ସଞ୍ଜୀବ କୁମାରଙ୍କ ହୃଦୟ ଭାଙ୍ଗି ଯାଇଥିଲା ଏବଂ ସେ ଆଉ କେବେ ବିବାହ କରିନଥିଲେ ।
ଯେବେ ହେମାଙ୍କୁ ବାର ବାର ଫୋନ୍ କରିଥିଲେ ଧର୍ମେନ୍ଦ୍ର
ଅନେକ ଦିନ ବିତିବା ପରେ ଏକ ମୁହୂର୍ତ୍ତ ଆସିଲା ଯେତେବେଳେ ଜିତେନ୍ଦ୍ର, ଯିଏ ତାଙ୍କ ବନ୍ଧୁଙ୍କ ପ୍ରେମର ବାର୍ତ୍ତା ବହନ କରୁଥିଲେ, ନିଜେ ହେମାଙ୍କ ପ୍ରେମରେ ପଡିଗଲେ । ସେ ତାଙ୍କ ପ୍ରେମକୁ ସ୍ୱୀକାର ମଧ୍ୟ କରିଥିଲେ । ବାଙ୍ଗାଲୋରରେ ‘ଦୁଲହନ’ ଫିଲ୍ମର ସୁଟିଂ ସମୟରେ ଦୁହେଁ ନିକଟତର ହୋଇଥିଲେ ।
ହେମା ଧର୍ମେନ୍ଦ୍ରଙ୍କୁ ଗଭୀର ଭାବରେ ଭଲ ପାଉଥିଲେ, କିନ୍ତୁ ଯେତେବେଳେ ସେ ଗୋଟିଏ ପାଦ ଆଗକୁ ବଢ଼ୁଥିଲେ, ଧର୍ମେନ୍ଦ୍ରଙ୍କ ପତ୍ନୀ ପ୍ରକାଶ କୌର ଏବଂ ସେମାନଙ୍କର ଚାରି ପିଲା ତାଙ୍କ ରାସ୍ତାରେ ଆସୁଥିଲେ। ଏହି ଭାବନା ତାଙ୍କ ମନରେ ଭୟ କରିଥିଲା।
ଶେଷରେ, ହେମା ମାଳିନୀ ଜିତେନ୍ଦ୍ରଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ । “ଦୁଲହନ”ର ସୁଟିଂ ଶେଷ କରିବା ପରେ, ହେମା ମାଳିନୀ ଚେନ୍ନାଇରେ ତାଙ୍କ ବାପାମାଙ୍କ ଘରକୁ ଯାଇଥିଲେ। ଜିତେନ୍ଦ୍ର ମଧ୍ୟ ତାଙ୍କ ବାପାମାଙ୍କ ସହିତ ସେଠାରେ ପହଞ୍ଚିଲେ। ଦୁଇ ପରିବାର ମଧ୍ୟରେ ବିବାହ କଥାବାର୍ତ୍ତା ଚାଲିଥିଲା। ସେତେବେଳେ ଧର୍ମେନ୍ଦ୍ର ଏହା ଜାଣିପାରିଥିଲେ।
ଜଣେ ଲେଖିକା ତାଙ୍କ ପୁସ୍ତକରେ ଲେଖିଥିଲେ ଯେ ସେହି ଦିନ ରାତିରେ ହେମାଙ୍କ ଘରେ ରାତି ସାରା ଫୋନ୍ କଲା ବାଜିଥିଲା । ଫୋନରେ ଧର୍ମେନ୍ଦ୍ର ଥିଲେ, ପ୍ରେମ ପ୍ରକାଶ କରିବା ସହ ଜିଦ୍ କରିଥିଲେ ଏବଂ ନିବେଦନ କରିଥିଲେ ଓ ତାଙ୍କର ଜୀବନ ବ୍ୟାପୀ ପ୍ରେମକୁ ବଜାୟ ରଖିବା ପାଇଁ ପ୍ରତିଶ୍ରୁତି ଦେଉଥିଲେ । ଏହା ଏକ ମିଥ୍ୟା ପ୍ରତିଶ୍ରୁତି ନଥିଲା । ଧର୍ମେନ୍ଦ୍ର କେବେ ବି କହି ନଥିଲେ ଯେ ସେ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ତାଙ୍କ ପାଇଁ ଛାଡିଦେବେ । ସେ କେବଳ କହିଥିଲେ ଯେ ସେ କେବେ ତାଙ୍କ ହାତ କିମ୍ବା ତାଙ୍କ ସାଥ୍ ଛାଡିବେ ନାହିଁ । ପରିବାର ଲୋକ ଏହାକୁ ଗ୍ରହଣ କରିବା କିମ୍ବା ବିଶ୍ୱାସ କରିପାରୁନଥିଲେ, କିନ୍ତୁ ହେମାଙ୍କ ହୃଦୟ ପୂର୍ବରୁ ମିଶିସାରିଥିଲା ।



