www.samajalive.in
Tuesday, December 9, 2025
26.1 C
Bhubaneswar

ଆକାଂକ୍ଷୀ ଜିଲାର ବିକାଶ ହେଲେ ହିଁ ଦେଶର ଆର୍ଥିକ ବିକାଶ ସମ୍ଭବ: ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ କରିଛନ୍ତି । ସମଗ୍ର ଦେଶରେ ୧୧୫ଟି ପଛୁଆ ଜିଲାକୁ ପ୍ରଧାନମନ୍ତ୍ରୀ ଖୋଦ୍ ଆକାଂକ୍ଷୀ ଜିଲା ଭାବେ ପରିଗଣିତ କରିଥିବା ବେଳେ ରୋଟାରି ସଂଗଠନ ଏହି ସବୁ ପଛୁଆ ଜିଲାର ଦାୟିତ୍ୱ ନେବା ସହ ବିକାଶ କରିବା କାମ ଲାଗିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ରୋଟାରି ସଂଗଠନକୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ ଆକାଂକ୍ଷୀ ଜିଲା ଗୁଡିକ ବିକାଶ ହେଲେ ହିଁ ଦେଶର ଆର୍ଥିକ ବିକାଶ ସମ୍ଭବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଭାରତ ଦେଶ ସମେତ ବିଶ୍ୱର ଶ୍ରୀଲଙ୍କା, ପାକିସ୍ତାନ, ବାଲାଂଦେଶ ଓ ଅନେକ ଦେଶର ରୋଟାରି ସଂଗଠନର ୫୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ବିଶ୍ୱର କୋଭିଡ-୧୯ ସଂକଟ ସମୟରେ ସ୍ୱଚ୍ଛାସେବୀ ସଂଗଠନ ପରି ରୋଟାରୀ ସମାଜ ଭାରତରେ ଯେଉଁଭଳି ଭାବେ ଲୋକମାନଙ୍କ ପାଇଁ କାମ କରୁଛନ୍ତି ତାହା ପ୍ରଶଂସନୀୟ। ବିଶେଷ ଭାବରେ ଦେଶରେ ଚ୍ୟାଲେଞ୍ଜ ଆସିଲେ ରୋଟାରୀ ସଂଗଠନ ପ୍ରସ୍ତୁତି ଓ ପରିଚାଳନାରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି ।

- Advertisement -

ସେ ଆହୁରି କହିଛନ୍ତି ଯେ, ଏହି ସଂକଟ ସମୟରେ ଦେଶରେ ରୋଟାରି ସଂଗଠନ ପକ୍ଷରୁ ଲୋକଙ୍କୁ ମାସ୍କ, ସାନିଟାଇଜର, ପିପିଇ କିଟ୍‌, ବଣ୍ଟନ କରାଯିବା ସହ ସ୍ୱାସ୍ଥ୍ୟ ଶିବିର, ଖାଦ୍ୟ ମଧ୍ୟ ଅସହାୟ ଲୋକମାନଙ୍କୁ ଯୋଗାଇ ଦିଆଯାଇଛି । ବିଗତ ଦୁଇ ମାସରେ ସଂଗଠନ ପକ୍ଷରୁ କରୋନା ମୁକାବିଲା ପାଇଁ ପାଖାପାଖି ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଦେଶରେ ଦକ୍ଷତା ଏବଂ ଅର୍ଥନୀତି ସେତେ ପର୍ଯ୍ୟନ୍ତ ବିକାଶ ହେବନାହିଁ ଯେ ପର୍ୟ୍ୟନ୍ତ ୧୮ ରୁ ୬୦ ବର୍ଷ ବୟସ ଗ୍ରୁପର ଲୋକମାନେ ନିଜର କାମରେ ଭଲ ଦକ୍ଷତାର ପରିପ୍ରକାଶ କରିବେ ନାହିଁ । ଛୋଟ ବେଳ ସମୟରେ ସ୍କୁଲରୁ ଆରମ୍ଭ କରି କର୍ମକ୍ଷେତ୍ରରେ ସମସ୍ତଙ୍କର ଦକ୍ଷତା ରହିବା ଦରକାର । ଏହିଭଳି ରୋଟାରୀ ସଂଗଠନ ମଧ୍ୟ ଦକ୍ଷତାର ନୂଆ ଅଭିନବ ପଦକ୍ଷେପ ମାଧ୍ୟମରେ ଲୋକଙ୍କ ବିକାଶ କରିବା କାମରେ ଲାଗୁ । ସେହିପରି ପିଲାଙ୍କ ଇ-ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ରୋଟାରି ସଂଗଠନକୁ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଥିଲେ ।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories