www.samajalive.in
Tuesday, December 9, 2025
16.1 C
Bhubaneswar

ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ କୃଷକ ମଞ୍ଚର ରାସ୍ତା ଅବରୋଧ

ଧର୍ମଗଡ : ଦାବୀ ପୂରଣ ପାଇଁ ଶେଷରେ ରାସ୍ତାକୁ ଓହ୍ଳାଇ​‌ଲେ ଚାଷୀ। ଅବରୋଧ କଲେ କଳାହାଣ୍ଡିର ଲାଇଫ ଲାଇନ କୁହାଯାଉଥିବା ୨୬ ନମ୍ବର ଜାତୀୟ ରାଜପଥ। ବନ୍ଦ ହୋଇଗଲା ଯାନବାହାନ ଚଳାଚଳ। ଦିନକ ପାଇଁ ଅସ୍ୱାଭିକ ହୋଇଗଲା ଜୀବନଯାତ୍ରା। ଶନିବାର ପୂର୍ବ ଘୋଷଣା ଅନୁଯାୟୀ କୋକସରା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ କୋକସରା କୃଷକ ସଚେତନ ମଞ୍ଚ ଡାକରାରେ କୋକସରା- ଆମପାଣି ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ମଞ୍ଚର ଡାକରାରେ ବହୁ ସଂଖ୍ୟାରେ ଚାଷୀ ଯୋଗଦେଇ ସକାଳୁ ରାସ୍ତା ଅବରୋଧ କରିଥିଲେ। ରାସ୍ତା ବନ୍ଦ ଯୋଗୁଁ ଗାଡିମଟରର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଯାହାଦ୍ବାରା ଯାତ୍ରୀମାନେ ମଧ୍ୟ ହଇରାଣ ହୋଇଥିଲେ। ସୂଚନାଅନୁଯାୟୀ କୋକସରା ସଚେତନ କୃଷକ ମଞ୍ଚର ଆବାହନକ୍ରମେ କେତେକ ଦାବୀ ନେଇ ଗତ ୨୬ ତାରିଖ ଦିନ ସଂଗଠନ ତହସିଲ ଅଫିସ ଘେରାଉ କରିବା ସହ ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲା। ଦାବୀ ଗୁଡିକ ମଧ୍ୟରେ କୋକସରା ବ୍ଳକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବା,୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିବା, ଏକକ କୃଷି ବର୍ଷକୁ ଭିତ୍ତି କରି ବୀମା ପ୍ରଦାନ କରିବା, ଯୁଦ୍ଧକାଳୀନ ଭିତ୍ତିରେ ଇନ୍ଦ୍ରାବତୀ ଉଠା ଜଳସେଚନ କାମକୁ ଶେଷ କରି କାର୍ଯ୍ୟକ୍ଷମ କରିବା,ଏହି ପ୍ରକଳ୍ପରେ ବାଦ ପଡିଥିବା ଗ୍ରାମମାନଙ୍କୁ ମାଗଣା ଲିଫ୍ଟ ପଏଣ୍ଟ ଯେଗାଇଦେବା, ସମସ୍ତ ଚାଷୀଙ୍କୁ ମାଗଣାରେ ବୋରୱେଲ, ଧାନର ସର୍ବନିମ୍ନ ମୂଲ୍ୟ ୩୦୦୦ଟଙ୍କାକୁ ବୃଦ୍ଦି, ଋଣୀ ଅଣଋଣୀ ସମସ୍ତ ଚାଷୀଙ୍କୁ ଶସ୍ୟ ବୀମା ପ୍ରଦାନ କରିବା, ଶସ୍ୟ ବୀମା ପ୍ରିମିୟମ ଜୁଲାଇ ୩୧ ବଦଳରେ ସେପ୍ଟେମ୍ବର ୩୦କୁ ବୃଦ୍ଧି, ସିଉନି , ବେହେରା ଡ୍ୟାମର ଉଚ୍ଚତା ବୃଦ୍ଧି, ମାଗଣା ଔଷଧ ପ୍ରଦାନ ଆଦି ପ୍ରମୂଖ ଦାବୀ ଥିଲା। ଦାବୀ ପୂରଣ ନହେବା ପରେ ମଞ୍ଚ ଗତ ୯ ନଭେମ୍ବରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଏବଂ ପରବର୍ତ୍ତି ସମୟରେ ପର୍ଯ୍ୟାୟକ୍ରମେ ବିଭିନ୍ନ ପଞ୍ଚାୟତ ସାମ୍ନାରେ ବିକ୍ଷୋଭ କରିଥିଲା। କିନ୍ତୁ କିଛି ଫଳ ନହେବାରୁ ଶେଷରେ ମଞ୍ଚର ସଭାପତି ଶିବପ୍ରସାଦ ପ୍ରଧାନି, ଶିକ୍ଷାବିତ ମିନକେତନ ପ୍ରଧାନି, ଋତୁରାଜ ମାଝି, ଜୟଲାଲ ନାଏକ ପ୍ରମୂଖଙ୍କ ନେତୃତ୍ୱରେ ଶନିବାର ୮/୧୨ରେ କୋକସରା-ଆମପାଣି ଦେଇ ଯାଇଥିବା ଜାତୀୟ ରାଜପଥ ଅବରୋଧ କରିଥିଲା। ରାସ୍ତା ଅବରୋଧ ଯୋଗୁଁ ଭବାନିପାଟଣା-ନବରଙ୍ଗପୁରକୁ ଗାଡି ଚଳାଚଳା ବନ୍ଦ ରହିଥିଲା। ଘଟଣାସ୍ଥଳରେ ଧର୍ମଗଡ ଉପଜିଲ୍ଳାପାଳ ପଦ୍ମନାଭ ବେହେରା ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରି ପ୍ରଶାସନ ଦ୍ୱାରା ଯେତିକି ସମ୍ଭବ ତାହା ସହଯୋଗ କରାଯିବ ବୋଲି କହିବା ପରେ ରାସ୍ତା ଅବରୋଧ ହଟିଥିଲା। ଆଇନଶୃଙ୍ଖଳା ଦୃଷ୍ଟିରୁ ଉପଖଣ୍ଡ ପୁଲିସ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥିଙ୍କ ସମେତ ଆମପାଣି ଆଇଆଇସି ଗୋବିନ୍ଦ ମାଝି ଓ ଆଇଆରବି ଯବାନ ମୂତୟନ ଥିଲେ। ଚାଷୀଙ୍କ ଦାବୀକୁ ସମର୍ଥନ କରି କଂଗ୍ରେସ ନେତା ଦିଗାମ୍ବର ଦୁରିଆ, ବିଜେପିର ବଦ୍ରି ନାରାୟଣ ପାତ୍ର, ବିଜେପି ଜିଲ୍ଳା ପରିଷଦ ହେମାଙ୍ଗିନି ହଂସ ସମେତ ସମିତି ସଭ୍ୟ ତ୍ରିଭୂବନ ନାଏକ ପ୍ରମୂଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories