www.samajalive.in
Sunday, December 7, 2025
26.1 C
Bhubaneswar

ଜୀବନରେ ସୁଗନ୍ଧର ବ୍ୟବହାର ଓ ମହତ୍ତ୍ବ

ଜ୍ୟୋତିଷଶାସ୍ତ୍ର ଅନୁସାରେ, ସୁଗନ୍ଧର ସମ୍ବନ୍ଧ ଆମ ଜାତକରେ ବୁଧଙ୍କ ସହ ରହିଛି। ଭିନ୍ନ ଭିନ୍ନ ପ୍ରକାରର ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରିବା ଦ୍ବାରା ଜୀବନରେ ଅନେକ ସମସ୍ୟା ଦୂର ହୋଇଥାଏ। କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପସନ୍ଦ ଅଲଗା ପ୍ରକାରର ଅଟେ। କିନ୍ତୁ ସୁଗନ୍ଧର ପ୍ରଭାବ ସମସ୍ତଙ୍କ ଜୀବନରେ ପଡିଥାଏ।

ଜୀବନରେ ସୁଗନ୍ଧର ମହତ୍ତ୍ବ :

- Advertisement -

ମାନବ ଜୀବନରେ ମନର ପ୍ରଭାବ ଅଧିକ ରହିଥାଏ।

ମନ ମୁଖ୍ୟ ରୂପେ ଶରୀରର ସାତଟି ଚକ୍ର ଦ୍ବାରା ପ୍ରଭାବିତ ହୋଇଥାଏ।

ମୁଖ୍ୟତଃ ପରିବେଶରେ ଥିବା ତିନୋଟି ଦ୍ରବ୍ୟ ରଙ୍ଗ, ସୁଗନ୍ଧ ଓ ଶବ୍ଦ/ ମନ୍ତ୍ର ଶରୀରରେ ଥିବା ଚକ୍ର ଉପରେ​‌ ପ୍ରଭାବ ପକାଇଥାଏ।

ଭିନ୍ନ ଭିନ୍ନ ସୁଗନ୍ଧର ବ୍ୟବହାର ଦ୍ବାରା ମାନସିକ ଚିନ୍ତା ଓ ଅସୁବିଧା ଦୂର ହୋଇଥାଏ।

ସୁଗନ୍ଧର ସମ୍ବନ୍ଧ ବୁଧ ଗ୍ରହ ସହ ରହିଛି। ତେଣୁ ଏହାଦ୍ବାରା ବୁଧ ଗ୍ରହଙ୍କ ଦ୍ବାରା ଉତ୍ପନ୍ନ ହେଉଥିବା ଅନେକ ସମସ୍ୟାର ସମାଧାନ ହୋଇଥାଏ।

ସୁଗନ୍ଧର ବ୍ୟବହାର ଦ୍ବାରା ମନ ଶାନ୍ତ ରହିଥାଏ। ଏହାସହ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

ଏହାର ସଠିକ ବ୍ୟବହାର ଦ୍ବାରା ଏକାଗ୍ରତା ବୃଦ୍ଧି ପାଇଥାଏ।

ପୂଜାପାଠରେ ସୁଗନ୍ଧିତ ଧୂପ ଓ ଫୁଲର ବ୍ୟବହାର କରାଯାଇଥାଏ। ଏହାଦ୍ବାରା ପରିବେଶର ବାତାବରଣ ସୁଗନ୍ଧିତ ରହିଥାଏ।

ସୁଗନ୍ଧର ବ୍ୟବହାର :

ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସୁଗନ୍ଧିତ ଧୂପର ବ୍ୟବହାର କରନ୍ତୁ।

ଧୂପର ଧୂଆଁ ସରିଗଲା ପରେ ପୂଜା କରନ୍ତୁ।

ପୂଜା କିମ୍ବା କାର୍ଯ୍ୟାଳୟରେ ଚନ୍ଦନ କିମ୍ବା ଝୁଣାର ବ୍ୟବହାର ଦ୍ବାରା ବିଶେଷ ପ୍ରଭାବ ପଡିଥାଏ।

ସ୍ବାସ୍ଥ୍ୟ ଓ ମାନସିକ ସମସ୍ୟା ପାଇଁ ସୁଗନ୍ଧର ବ୍ୟବହାର :

ଶୋଇବା ସ୍ଥାନରେ ଓ ଗାଧୋଇବା ବେଳେ ଗୋଲାପ କିମ୍ବା ମଲ୍ଲୀ ଫୁଲର ସୁଗନ୍ଧ ବ୍ୟବହାର କରିବା ଉଚିତ।

ସବୁବେଳେ ଅଳ୍ପ ସୁଗନ୍ଧର ବ୍ୟବହାର କରନ୍ତୁ। ଏହାଦ୍ବାରା ଜାତକରେ ବୁଧଙ୍କ ସ୍ଥିତି ଅନୁକୂଳ ରହିବା ସହ ଲାଭ ମିଳିଥାଏ।

ଅଧିକ ସୁଗନ୍ଧର ବ୍ୟବହାର କରନ୍ତୁ ନାହିଁ।

ନକରାତ୍ମକ ଶକ୍ତି ଦୂର କରିବା ପାଇଁ :

ଘରେ ସକାଳେ ଓ ସନ୍ଧ୍ୟା ସମୟରେ ଝୁଣା ଧୂପ ଜଳାନ୍ତୁ।

ଝୁଣାକୁ ସର୍ବଦା ମାଟିର ପାତ୍ରରେ ରଖି ଜଳାଇବା ଉଚିତ।

ଏପରି କରିବା ଦ୍ବାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories