www.samajalive.in
Saturday, December 6, 2025
23.1 C
Bhubaneswar

ଶନି ପ୍ରଦୋଷ ବ୍ରତର ବିଶେଷତ୍ୱ

ଶାସ୍ତ୍ରରେ ବର୍ଣ୍ଣିତ ଯେ, ପ୍ରଦୋଷ ବ୍ରତ ଭଗବାନ ମହେଶ୍ୱରଙ୍କର କୃପା ପାଇବାର ଦିନ ଅଟେ। ଯେଉଁ ପ୍ରଦୋଷ ବ୍ରତ ଶନିବାର ଦିନ ପଡ଼ିଥାଏ, ତାହାକୁ ଶନିପ୍ରଦୋଷ ବ୍ରତ କୁହାଯାଇଥାଏ। ଏହି ଥର ଶନିପ୍ରଦୋଷ ବ୍ରତ ୨ ଫେବୃଆରୀ ଅର୍ଥାତ ଆଜି ଅଟେ। ଏହି ବ୍ରତ କରିବା ଦ୍ୱାରା ବ୍ୟକ୍ତିର ମନୋକାମନା ଖୁବ ଶୀଘ୍ର ପୂର୍ଣ୍ଣ ହୋଇଥାଏ। ପ୍ରତିମାସର ଦୁଇଟି ପକ୍ଷର ତ୍ରୟୋଦଶୀ ତିଥିକୁ ଏହି ବ୍ରତ କରାଯାଏ। ଶନି ପ୍ରଦୋଷ ବ୍ରତ ସନ୍ଧ୍ୟା ସମୟରେ ଅର୍ଥାତ୍ ସୂର୍ଯ୍ୟାସ୍ତ ର ୪୫ ମିନିଟ ପୂର୍ବରୁ ଓ ୪୫ ମିନିଟ ପରେ ଭଗବାନ ଶିବଙ୍କର ପୂଜା କରାଯାଏ। ଏହି ଦିନ ଭଗବାନ ଶଙ୍କରଙ୍କ ସହ ଶନିଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ। ଶନିଦେବଙ୍କ ଦଶା ମଧ୍ୟ ଦୂର ହୋଇଥାଏ।
ଏହି ଦିନ କିପରି ଭଗବାନ ଶିବଶଙ୍କର ଓ ଶନିଙ୍କ ପୂଜା କରିବେ ଜାଣନ୍ତୁ….
ଏହି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତୁ।
ସ୍ନାନ କରି ହାଲକା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
ସୋରିଷ ତେଲରେ ଚର୍ତୁମୁଖୀ ଦୀପ ଅଶ୍ୱତ୍ଥ ବୃକ୍ଷ ତଳେ ଲଗାନ୍ତୁ ଏବଂ ଆଉ ଗୋଟିଏ ଦୀପ ଶନିଙ୍କ ମନ୍ଦିରରେ ଲଗାନ୍ତୁ।
ସାରା ଦିନ ଭଗବାନ ଶିବଙ୍କର ‘ଓଁ ନମଃ ଶିବାୟ’ ମନ୍ତ୍ରର ଜପ କରନ୍ତୁ ଓ ଅନ୍ନ ସେବନ କରନ୍ତୁ ନାହିଁ।
ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କୁ ପଞ୍ଚାମୃତରେ ସ୍ନାନ କରାନ୍ତୁ। ଏହା ପରେ ସାଧା ପାଣିରେ ମଧ୍ୟ ସ୍ନାନ କରାନ୍ତୁ।
ବିଧି ଭାବେ ଧୂପଦୀପ, ଭୋଗ, ପୁଷ୍ପ, ଚନ୍ଦନ ଅର୍ପଣ କରନ୍ତୁ।
ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ….
ମନ୍ଦିର ଓ ଗୃହକୁ ଭଲ ଭାବେ ସଫା କରନ୍ତୁ।
ସଫା ବସ୍ତ୍ର ପରିଧାନ କରନ୍ତୁ।
କାହାର କୁଚିନ୍ତା କରାନ୍ତୁ ନାହିଁ।
ଗୃହର ସଦସ୍ୟଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି କଥା ହୁଅନ୍ତୁ।
ଗୁରୁଜନ ବ୍ୟକ୍ତିଙ୍କୁ ଅନାଦର କରନ୍ତୁ ନାହିଁ।
ଏହି ଦିନ କୌଣସି ବୃକ୍ଷର କିଛି ପ୍ରକାରର କ୍ଷତି କରନ୍ତୁ ନାହିଁ।
ଶ୍ରଦ୍ଧା ସହ ପୂଜାର୍ଚ୍ଚନା କରନ୍ତୁ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories