www.samajalive.in
Saturday, December 6, 2025
14.1 C
Bhubaneswar

ଭୂମି ଉପରେ ଶୋଇବା ଶରୀର ପାଇଁ ଲାଭଦାୟକ

ଦିନ ସାରା ପରିଶ୍ରମ କରିବା ପରେ ରାତିରେ ଠିକ ଭାବେ ଶୋଇବା ଦ୍ବାରା ଶାନ୍ତି ମିଳିଥାଏ। କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଓ ବିଳାସବେସନ ପାଇଁ ଆମେ ମାନେ ଭୂମି ଉପରେ ଶୋଇନଥାଉ। ବେଳେବେଳେ ଶୋଇବା ପ୍ରତି ଆମେ ଏପରି କିଛି ଭୁଲ କରି ଦେଇଥାଉ ଯାହା ଆମ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଶାନ୍ତିରେ ଶୋଇବା ପାଇଁ ବର୍ତ୍ତମାନ ଲୋକମାନେ ନରମ ଗଦିର ବ୍ୟବହାର କରୁଛନ୍ତି। ଏହା ଶରୀରରେ ଅନେକ ରୋଗ ସୃଷ୍ଟିର କାରଣ ହୋଇଥାଏ। କୁହାଯାଇଛି ଯେ, ଗଦି ଉପରେ ନ ଶୋଇ ଭୂମି ଉପରେ ଶୋଇବା ଦ୍ବାରା ଶରୀରକୁ ଅନେକ ସୁଫଳ ମିଳିଥାଏ। ଆସନ୍ତୁ ଜାଣିବା ଭୂମି ଉପରେ ଶୋଇବା ଦ୍ବାରା ଶରୀରର କ’ଣ ଲାଭ ହୋଇଥାଏ ..

ପିଠି ଦରଜ :

- Advertisement -

ଭୂମିରେ ଶୋଇବା ଦ୍ବାରା ପିଠି ଦରଜ ହୋଇନଥାଏ। ଏହାସହ ମେରୁଦଣ୍ଡର ହାଡ ସିଧା ଓ ସୁସ୍ଥ ରହିଥାଏ। ଭୂମିରେ ଶୋଇବା ଦ୍ବାରା ଅଣ୍ଟାର ମଝି ଅଂଶ ସନ୍ତୁଳନ ରହିଥାଏ।

ରକ୍ତଚାପ :

ଭୂମିରେ ଶୋଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥାଏ। ଭୂମିରେ ଶୋଇଲେ ଶରୀରରେ ରକ୍ତ ସଠିକ ଭାବେ ସଞ୍ଚାଳନ ହୋଇଥାଏ।

ସତେଜ ଲାଗେ :

ଯଦି ଆପଣ ଖଟ ଉପରେ ଶୋଉଛନ୍ତି ତେବେ​‌ ବେଳେବେଳେ ସକାଳୁ ଉଠିବା ବେଳେ ଶରୀରରେ ହାଲୁକା ଦରଜ ଅନୁଭବ ହୋଇଥାଏ। ଏହାଦ୍ବାରା ଦିନ ସାରା କଷ୍ଟ ଅନୁଭବ ହୋଇଥାଏ। ତେଣୁ ଭୂମି​‌ରେ ଶୋଇବା ଦ୍ବାରା ଏପରି ସମସ୍ୟାରୁ ମୁକ୍ତି ମିଳିଥାଏ। ଦିନ ସାରା ସତେଜ ଲାଗେ।

ବେକ ଦରଜ :

ସଠିକ ଭାବେ ନ ଶୋଇବା ଦ୍ବାରା ବେଳେବେଳେ ବେକ ଓ ଅଣ୍ଟାରେ ରକା ପଶିଯାଇଥାଏ। ତେଣୁ ଭୂମିରେ ଶୋଇବା ଦ୍ବାରା କାନ୍ଧ ସଠିକ ଓ ସନ୍ତୁଳିତ ଭାବେ ରହିଥାଏ। ଏହାଦ୍ବାରା ରକା ସମସ୍ୟାର ସମ୍ଭାବନା କ୍ଷୀଣ ହୋଇଥାଏ।

ହାଲିଆ :

ରାତିରେ ଠିକ ଭାବେ ନ ଶୋଇବା ଦ୍ବାରା ଦିନ ସାରା ହାଲିଆ ଲାଗେ। କିନ୍ତୁ ଭୂମିରେ ଶୋଇବା ଦ୍ବାରା ଏପରି ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories