ଧନଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି  ସ୍ଥାପନ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ହନୁମାନଛକ ଠାରେ ଧନଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି  ସ୍ଥାପନ କରାଯାଇଛି। କମିଟିର ସଭାପତି କୈଳାସ ଆଚାରୀଙ୍କ ନେତୃତ୍ୱରେ ବୁଧବାର ରୀତିନୀତି ଅନୁଯାୟୀ ପୂଜାପାଠ କରି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ଏହି ଧନଲକ୍ଷ୍ମୀ ପୂଜା ନଭେମ୍ବର ମାସ ୩୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ମାସ ୧୧ତାରିଖ ପର୍ଯ୍ୟନ୍ତ କରାଯିବ । ଏହି ପୂଜାରେ ନଭେମ୍ବର ୩୦ତାରିଖରେ କଳସ ଯାତ୍ରା, ଆଜ୍ଞାମାଳ ନେବା ପରେ ପୂଜା ବିଧିବିଧାନ ଅନୁଯାୟୀ କରାଯିବାକୁ ଥିବାବେଳେ କମିଟି ପକ୍ଷରୁ  ଡିସେମ୍ବର ୩ରୁ ୯ତାରିଖ ପର୍ଯ୍ୟନ୍ତ ଅପେରା, ୧୦ତାରିଖରେ ଦୀପ ଯଜ୍ଞ ସହ ଅନ୍ନ ପ୍ରସାଦ ବଣ୍ଟନ  ଓ ୧୧ ତାରିଖରେ ଭସାଣୀ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

Comments are closed.