ଧାମରା : ଭଦ୍ରକ ଜିଲା ଧାମରା ନିକଟସ୍ତ ଗହୀରମଥା ନିଷିଧାଚଂଳରୁ ସୋମବାର ସନ୍ଧ୍ୟା ୬ଟା ସମୟରେ ଏକ ମାଛଧରା ବୋଟ ଜବତ ହୋଇଛି। ଧାମରା ବନପାଳ ଗଦାଧର ବିଶ୍ବାଳ, ଚାନ୍ଦବାଲି ରେଞ୍ଜର ସୁବାଶ ନାୟକ ପ୍ରମୁଖ ଏହି କ୍ରିଷ୍ଣା-୧ ବୋଟକୁ ମାଛ ଧରୁଥିବା ସମୟରେ ଜବତ କରିଥିଲେ। ଏହି ବୋଟରେ ୫ଜଣ ଧୀବର ଏବଂ ଗଛିତ ଥିବା ମାଛ ଜବତ କରାଯାଇଥିଲା। ବୋଟରେ ଥିବା ୫ଜଣ ଧୀବରଙ୍କୁ ଗିରଫ କରାଯାଇ ରାଜନଗର ଡିଏଫଓଙ୍କୁ ହସ୍ତାନ୍ତରିତ କରାଯାଇଥିଲା। ପରେ ସେମାନଙ୍କୁ କେନ୍ଦ୍ରାପଡା ଜେଲକୁ ପଠାଇ ଦିଆଯାଇଥିବା ଜଣାପଡିଛି।
Popular Categories



