www.samajalive.in
Sunday, December 14, 2025
26.1 C
Bhubaneswar

ଆଇନ ତା ବାଟରେ – ଖୋଲାଖୋଲି ଚାଲିଛି ପାର୍କିଂ ଫି’ ଆଦାୟ

ଭୁବନେଶ୍ୱର: ବେଆଇନ୍‌ ପାର୍କିଂ ଫି ଆଦାୟ ପ୍ରସଙ୍ଗକୁ ନେଇ ରାଜଧାନୀରେ ଥିବା ୧୦ଟି ବ୍ୟସାୟିକ ପ୍ରତିଷ୍ଠାନ(ସପିଂ ମଲ), ଗୋଟିଏ ନିର୍ମାଣକାରୀ ସଂସ୍ଥା ଓ ୩ଟି ଘରୋଇ ହସ୍ପିଟାଲକୁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ପ୍ରତିଷ୍ଠାନଗୁଡିକ ଆଇନକୁ ଆଦୌ ଗୁରୁତ୍ୱ ଦେଉ ନ ଥିବା ଜଣାପଡିଛି। ଗତ ମାସ ୧୯ରେ ବିଡିଏ ପତ୍ର ସଂଖ୍ୟା ୨୪୮୩୩ରେ ବ୍ୟବସାୟିକ ପ୍ରତିଷ୍ଠାନ- ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ଦ ଓ୍ଵାଲର୍ଡ, ଫୋରମ୍‌ ମାର୍ଟ, ମାରୁତି ମଲ, ପାଲ ମନ୍ତ୍ରା, ପାଣ୍ଟାଲୁନ୍‌ସ, ଭବାନି କମର୍ସିଆଲ୍ ଏନ୍‌କ୍ଲେଭ, ସିମ୍ଫୋନି ମଲ ଓ ଡିଏନ୍‌ ରିଗାଲିଆକୁ ନୋଟିସ୍‌ ଜାରି କରିଥିଲା ଏବଂ ବେଆଇନ ପାର୍କିଂ ଫି’ ଆଦାୟ ନେଇ ଜବାବ ଦାଖଲ ପାଇଁ ନୋଟିସ ଜାରି କରିବା ସହ ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲା। ସେହିପରି ତିନୋଟି ଘରୋଇ ହସପିଟାଲ – ଆପୋଲୋ ହସ୍‌ପିଟାଲ, କଳିଙ୍ଗ ହସ୍‌ପିଟାଲ ଓ କେୟାର ହସ୍‌ପିଟାଲକୁ ପାର୍କିଂ ଶୁଳ୍ପ ଆଦାୟ ରୋକିବାକୁ ନୋଟିସ୍ ଜାରି କରାଯାଇଥିଲା।

ତେବେ ନିର୍ଦ୍ଦେଶନାମା ଜାରି ହେବାର ମାତ୍ର କିଛି ଦିନ ପରେ ପୁଣି ପାର୍କିଂ ଫି’ ଆଦାୟ ଆରମ୍ଭ ହୋଇଥିବା ଜଣାପଡିଛି। ସବୁ ନିୟମ ଓ ନିର୍ଦ୍ଦେଶକୁ ଜଳାଞ୍ଜଳି ଦେଇ ସାଧାରଣ ଲୋକଙ୍କ ଠାରୁ ଫି’ ଆଦାୟ କରାଯାଉଥିବା ବେଳେ ବିଡିଏ ଏ ସବୁ ପ୍ରତି ଆଖି ବୁଜି ଦେଇଥିବା ମନେହୁଏ। ଗତ ମାସ ୨୭ରେ କୋଲକାତା ମାର୍ଟ ବିଶାଳ ମେଗାମାର୍ଟ ପାର୍କିଂ ଫି’ ଆଦାୟ କରିଥିବା ବେଳେ ଆଜି ଅର୍ଥାତ ନଭେମ୍ବର ୪ରେ ଚନ୍ଦ୍ରଶେଖରପୁର ସ୍ତିତ କେୟାର ହସ୍ପିଟାଲ ମଧ୍ୟ ପାର୍କିଂ ଫି’ ଆଦାୟ କରିଥିବା ସେଠାକୁ ଯାଇଥିବା ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି।

- Advertisement -

ବିଡିଏ ନିର୍ଦ୍ଦେଶନାମାରେ କହିଥିଲା, ଯଦି କେହି ଏହି ନିୟମକୁ ଉଲ୍ଲଂଘନ କରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଆଇନ ଉଲଂଘନ କଲେ ଓଡ଼ିଏ ଆକ୍ଟ ୧୯୮୨ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କେବେ ବିଡିଏ ପଦକ୍ଷେପ ଗ୍ରହଣ କରିବା, ତାହା ଦେଖିବାକୁ ବାକି ରହିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories