www.samajalive.in
Sunday, December 14, 2025
14.1 C
Bhubaneswar

ଅଭିବୃଦ୍ଧି ହ୍ରାସ ଓ ଆରସିଇପି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ନେତାଙ୍କ ବୈଠକ

ନୂଆଦିଲ୍ଲୀ : ବିରୋଧୀ ଦଳର ବରିଷ୍ଠ ନେତାମାନେ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ମିଳିତ ହେଇ ଆର୍ଥିକ ଅଭିବୃଦ୍ଧି ହ୍ରାସ ଏବଂ ବ୍ୟାଙ୍କକକ୍‍ଠାରେ ଚାଲିଥିବା ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଆଲୋଚନା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। କଂଗ୍ରେସର ଗୁଲାମନବୀ ଆଜାଦ, ଅହମ୍ମଦ ପଟେଲ ଓ ରଣଦୀପ ସୁରଜେୱାଲା ଏହି ବୈଠକରେ ଉପସ୍ଥିତ ଥିଲେ।
ଆର୍‍ଏଲ୍‍ଏସ୍‍ପି ମୁଖ୍ୟ ଉପେନ୍ଦ୍ର କୁଶୱାହ, ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା, ସିପିଆଇଏମ୍‍ର ଟି.କେ. ରଙ୍ଗରାଜନ, ଆରଜେଡି ନେତା ମନୋଜ ଝା, ଟିଏମ୍‍ସିର ନଦିମ୍‍ ଉଲ୍‍ ହକ୍‍, ଡିଏଏମକେର ଟି.ଆର୍‍.ବାଲୁ ଓ ଶରଦ ଯାଦବ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ ଏହି ବୈଠକ ଡକାଇଥିଲେ। ବ୍ୟାଙ୍କକ୍‍ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ
ଭାଗିଦାରୀ ରାଜିନାମାରେ ସ୍ୱାକ୍ଷର କରିବା ପାଇଁ ଭାରତର ନିଷ୍ପତ୍ତି ଏବଂ ଦେଶରେ ଆର୍ଥିକ ଅଭିବୃଦ୍ଧି ହ୍ରାସ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପାଇଁ ମିଳିତ କୌଶଳ ସ୍ଥିର କରିବା ସକାଶେ ସେମାନେ ଆଲୋଚନା କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories