ଗାଁ ବିଲରୁ ମୃତଦେହ ଉଦ୍ଧାର

ଧାମନଗର: ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ରଇପୁର ଗ୍ରାମର ରମାକାନ୍ତ ରାଉତ( ୫୯) ବିଲକୁ ଯାଇ ନିଖୋଜ ଥିବା ବେଳେ ତାଙ୍କ ମୃତଦେହ ଆଜି ଗାଁ ବିଲରୁ ଉଦ୍ଧାର କରାଯାଇଛି। ଶନିବାର ପୂର୍ବାହ୍ଣରେ ରମାକାନ୍ତ ଚାଷକାର୍ଯ୍ୟ ପାଇଁ ବିଲକୁ ଯାଇ ଘରକୁ ଫେରି ନ ଥିଲେ। ଏ ସମ୍ପର୍କରେ ଧୁଷୁରୀ ଥାନାରେ ଏତଲା ଦିଆଯାଇଥିଲା। ଚାଷ ଜମି ନିକଟରେ ପ୍ରବାହିତ ସାଳନ୍ଦୀ ନଦୀରୁ ବାହାରିଥିବା ସାନ ମାହାରା ନାମକ ନାଳର ବନ୍ୟା ସ୍ରୋତରେ ଭାସିଯାଇ ରମାକାନ୍ତଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ପଠାଇଛି।

kalyan agarbati

Comments are closed.