www.samajalive.in
Sunday, December 7, 2025
23.1 C
Bhubaneswar

ଧାମରା ମତ୍ସ୍ୟ ପୋତାଶ୍ରୟରେ  ମତ୍ସ୍ୟ ଶାସନ ପରିଚାଳନା ପରିଷଦ ବୈଠକ

ଧାମରା: ଧାମରା ମତ୍ସ୍ୟପୋତଶ୍ରୟ ସଭା ଗୃହ ଠାରେ ୧୩ତମ ମତ୍ସ୍ୟ ଶାସନ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଭଦ୍ରକ ଉପ ଜିଲାପାଳ ମନୋଜ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଆଗାମୀ ଦିନରେ କିପରି ଆହୁରୀ ଲୋକାଭିମୁଖି କାର୍ଯ୍ୟକ୍ରମ କରିବା ସହ ମତ୍ସ୍ୟଜିବୀ ମାନଙ୍କୁ ସୁପରିଚାଳନା କରାଯିବା ସହ ସେମାନଙ୍କ ଡଙ୍ଗାଗୁଡ଼ିକୁ ଅଧିକ କାର୍ଯ୍ୟକ୍ଷମ କରାଗଲେ ଦେଶରେ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ମତ୍ସ୍ୟଜିବୀ ମାନଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆସିବ ସେ ବିଷୟରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା ।

ମତ୍ସ୍ୟ ପୋତାଶ୍ରୟ ଅଧିନରେ ଥିବା ମତ୍ସ୍ୟଜିବୀମାନଙ୍କୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମସ୍ତ ଯୋଜନାରେ କିପରି ସାମିଲ କରାଯାଇ ପାରିବ ଏବଂ ଏହି ସୁବିଧା ସୁଯୋଗ ସମସ୍ତେ କିଭଳି ପାଇପାରିବେ ସେ ସମ୍ପର୍କରେ ମତ୍ସ୍ୟ ପୋତାଶ୍ରୟର ପରିଚାଳକ ମତ୍ସ୍ୟଜିବୀମାନଙ୍କୁ ଉପଲବଦ୍ଧ କରାଇବେ ବୋଲି ମତ ପ୍ରକାଶ ପାଇଥିଲା।

- Advertisement -

ଆଜି ହୋଇଥିବା ତ୍ରୟୋଦଶ ପରିଚାଳନା ପରିଷଦ ବୈଠକରେ ତ୍ତମତ୍ସ୍ୟ ବିଭାଗର ଉପ ମତ୍ସ୍ୟ ନିର୍ଦେଶକ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) , ଧାମରା ମତ୍ସ୍ୟ ପରିଚାଳନା କମିଟିର ପରିଚାଳକ ନଳିନୀ ଦାସ , ମତ୍ସ୍ୟଜିବୀ ସଂଘର ସଭାପତି ଅଶୋକ ଜାନା, ସଂପାଦକ ସୁଦର୍ଶନ ଲେଙ୍କା, ଅଭିମନ୍ୟୁ ରାଉତ, ନିତ୍ୟାନନ୍ଦ ବେହେରା, ଜଗଦୀଶ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories