www.samajalive.in
Sunday, December 7, 2025
14.1 C
Bhubaneswar

ବାଂଶଡା ମନ୍ତେଇ ସେତୁରେ ଆଲୋକୀକରଣ ବ୍ୟବସ୍ଥା; ଆଦାନୀ କର୍ତ୍ତୃପକ୍ଷଙ୍କ ନିକଟରେ ଦାବୀ ରଖିଲା କଂଗ୍ରେସ

ଧାମରା: ଗତ ଜୁନ ମାସ ୧୨ତାରିଖରେ ୫ଟି ସଚିବ ଆସି ବାଂଶଡାଠାରେ ଥିବା ମନ୍ତେଇ ସେତୁର ଉଦଘାଟନ କରିଥିଲେ। ଇତି ମଧ୍ୟରେ ଦୀର୍ଘ ୩ମାସ ବିତିଯାଇଥିଲେ ମଧ୍ୟ ଅଂଚଳବାସୀଙ୍କ ବହୁ ଦାବୀ ସତ୍ୱେ ବାଂଶଡା ସେତୁ ଆଜି ପର୍ଯ୍ୟନ୍ତ ଆଲୋକୀକରଣ ହୋଇପାରିଲା ନାହିଁ। ଏହି ସେତୁ ଉପରେ ଆଲୋକୀକରଣ ବ୍ୟବସ୍ଥା ଖୁବଶୀଘ୍ର ହେବ ବୋଲି ଚାନ୍ଦବାଲି ବିଧାୟକ ଅଂଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପୁନଶ୍ଚ ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ ଲିଖିତ ଭାବେ ଭଦ୍ରକ ଜିଲ୍ଲାପାଳଙ୍କଠାରେ ଦାବୀ ରଖିଥିଲେ। ଭଦ୍ରକ ଜିଲ୍ଲାପାଳ ଏହାକୁ ଗୁରୁତ୍ୱର ସହ ବିଚାରକୁ ନେବା ସହ ଏହି ଆଲୋକୀକରଣ ବ୍ୟବସ୍ଥା ଡିଆରଡିଏ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହି ସମସ୍ତ କଥା ବିଚାରକୁ ନେବା ପରେ ମଧ୍ୟ ଆଜି ଭଳି ଦିନରେ ଏହି ଆଲୋକୀକରଣ ବ୍ୟବସ୍ଥା ଶାସକ ଦଳ ତରଫରୁ ହୋଇ ପାରି ନଥିବା ବେଳେ ବାଂଶଡା ପଂଚାୟତରେ ସ୍ୱଳ୍ପ ଟଙ୍କା ଥିବାରୁ ଏହି ଆଲୋକୀକରଣ ବ୍ୟବସ୍ଥା ହୋଇ ପାରିବ ନାହିଁ ବୋଲି ସଂପୃକ୍ତ ସରପଞ୍ଚ ମଧ୍ୟ ମନା କରି ଦେଇଥିଲେ। ଶେଷରେ ଭଦ୍ରକ ଜିଲ୍ଲାପାଳ ମଧ୍ୟ ଦେଇଥିବା ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରି ନଥିବା ବେଳେ ଅଞ୍ଚଳବାସୀଙ୍କ ବିଶ୍ୱାସ ମଧ୍ୟ ଦିନକୁ ଦିନ କମି କମି ଯାଉଛି। ସର୍ବସାଧାରଣଙ୍କ ଦାବୀକୁ ମାନ୍ୟତା ଦେବାକୁ ଯାଇ ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ ପୁନଶ୍ଚ ଆଦାନୀ କର୍ତ୍ତୃପକ୍ଷଙ୍କୁ ଭେଟି ବାଂଶଡା ମନ୍ତେଇ ସେତୁ ଉପରେ ଉଜ୍ୱଳୀ ଆଲୋକୀକରଣ ବ୍ୟବସ୍ଥା କରିବାକୁ ନିଜର ତଥା ଅଞ୍ଚଳବାସୀଙ୍କ ଦାବୀ ଜଣାଇଛନ୍ତି। ଏଥିସହ ଧାମରା ବନ୍ଦରର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବର୍ତମାନର ଆଦାନୀ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀଙ୍କ ସହ ଏହି ବିଷୟରେ କଥା ହୋଇ ନିଜର ଦାବୀ ରଖିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ୨ଶହ ମିଟର ଲମ୍ବ ଏହି ସେତୁ ହୋଇଥିବା ବେଳେ ସେତୁର ଦୁଇ ପାର୍ଶ୍ବରେ ଥିବା ଆପ୍ରୋଚିଂ ରୋଡକୁ ଲଗାଇ ସର୍ବମୋଟ ୬ଶହ ମିଟର ରେ ଏହି ଆଲୋକୀକରଣ ବ୍ୟବସ୍ଥା କରିବାକୁ ଦାବୀ ହୋଇଛି। ଏହି ଆଲୋକୀକରଣ ବ୍ୟବସ୍ଥା ହୋଇ ପାରିଲେ ଏହି ସ୍ଥାନର ମହତ୍ୱ ବଢ଼ିବା ସହ ଏହି ସେତୁ ଉପରେ ଅନ୍ଧାର ପାଇଁ ହେଉଥିବା ଦୁର୍ଘଟଣାରୁ ବାଇକ ଆରୋହୀ ଏବଂ ସାଧାରଣ ଜନତା ବହୁ ଉପକାର ପାଇ ପାରିବେ ବୋଲି ଦିଗମ୍ବର ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି।

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories