ଧାମରା ବନ୍ଦରରେ ଧାରଣା
ଧାମରା: ସୋମବାରରେ ଧାମରା ବନ୍ଦର ଆଗରେ ବିଏମଏସ ପକ୍ଷରୁ ଧାରଣା ଦିଆ ଯାଇଥିବା ବେଳେ ବନ୍ଦର ଭିତରେ ଧାମରା ଯନ୍ତ୍ରୀ ଏବଂ କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆ ଯାଇଛି। ବନ୍ଦର ମଧ୍ୟରେ ଯନ୍ତ୍ରୀ ସଂଘ ଏଫ ଏଲ ସ୍ମିଥ ଏବଂ ରେଣ୍ଡସ୍ଟାଡରେ ନିଯୁକ୍ତିକୁ ବିରୋଧ କରିବା ସହ ସେମାନଙ୍କର ମାନ୍ୟତା ହ୍ରାସ ହେଉଥିବା କଥାକୁ ବନ୍ଦର କର୍ତୁପକ୍ଷ ଏଡାଇ ଯାଉଛନ୍ତି ବୋଲି ଅଭିଯୋଗ ଆଣିଥିବା ବେଳେ ବିଏମଏସ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ,ରାଜ୍ୟ ସରକାରଙ୍କ ଶ୍ରମ ନୀତି ଆଇନର ଉଲଂଘନ ,ବାହାର ରାଜ୍ୟରୁ ଶ୍ରମିକ ମାନଙ୍କୁ ଠିକାଦାର ନିଯୁକ୍ତି ଦେଉଥିବା ବେଳେ ବେଳେ ସ୍ଥାନୀୟ ଜନସାଧାରଣଙ୍କୁ ଅଣଦେଖା, ଠିକାଦାର ମାନେ ବନ୍ଦର କର୍ତୁପକ୍ଷଙ୍କ ପାଖରୁ ସର୍ବାଧିକ ମଜୁରୀ ଆଣି ସର୍ବନିମ୍ନ ମଜୁରୀ ଦେବା, ଠିକା ସଂସ୍ଥା ଅନୈତିକ ଭାବରେ ଶ୍ରମିକ ମାନଙ୍କୁ ଶୋଷଣ କରିବା ଅଭିଯୋଗ ହୋଇଛି ।