www.samajalive.in
Monday, December 15, 2025
16.1 C
Bhubaneswar

ଦେବ୍‌ ରାତୁରି : ଚୀନ୍‌ରେ ଭାରତୀୟ ହୀରୋ

ଡେରାଡୁନ୍‌ : ଭାରତ ସୀମା ଅତିକ୍ରମ ପାଇଁ ଚୀନ୍‌ ସେନା ସବୁବେଳେ ଉଦ୍ୟମ କରୁଛନ୍ତି। ଏଥିନେଇ ବିଭିନ୍ନ ସମୟରେ ସଂଘର୍ଷ ହେଉଛି; କିନ୍ତୁ ଉତ୍ତରାଖଣ୍ଡର ଜଣେ ଯୁବକ ସୀମାତିକ୍ରମ କରି ଚୀନ୍‌ରେ ହୀରୋ ପାଲଟି ଯାଇଛନ୍ତି। ଏମିତିକି ପାଠ୍ୟପୁସ୍ତକରେ ତାଙ୍କ ବିଷୟକ କାହାଣୀ ସ୍ଥାନ ପାଇଛି। ସେ ହେଉଛନ୍ତି ତେହରି ଘରୱାଲ ଜିଲାର କାମେରିଆ ସାଉରଠାରେ ଜନ୍ମିତ ୪୬ ବର୍ଷୀୟ ଦେବ୍‌ ରାତୁରି। ହଲିଉଡ୍‌ ଅଭିନେତା ବ୍ରୁସ୍‌ ଲି’ଙ୍କର ଅତି ପ୍ରଶଂସକ ଥିବା ଦେବ୍‌ ତାଙ୍କରି ପଦାଙ୍କ ଅନୁସରଣ କରି ଅଭିନେତା ହେବାକୁ ଆଗ୍ରହୀ ଥିଲେ। ସେ ୧୯୯୮ରେ ‘ମହାଭାରତ’ ଧାରାବାହିକରେ ଦୁ​‌େ​‌ର୍ଯ୍ୟାଧନ ଭୂମିକା ପାଇଁ ଅଡିସନ୍‌ ଦେଇଥିଲେ; କିନ୍ତୁ ବିଫଳ ହୋଇଥିଲେ।
କୃଷକ ପରିବାରରେ ଜନ୍ମିତ ଦେବ୍‌ ଦ୍ବାଦଶ ଶ୍ରେଣୀ ପାଠପଢ଼ା ପରେ ଚାକିରି ଖଣ୍ଡେ ପାଇଁ ନିଜ ରାଜ୍ୟରୁ ଦିଲ୍ଲୀ ପର୍ଯ୍ୟନ୍ତ ସଂଘର୍ଷ କଲେ; କିନ୍ତୁ ବିଫଳ ହେଲେ। ପରିବାର ପ୍ରତିପୋଷଣ ପାଇଁ ଦିଲ୍ଲୀରେ ଛୋଟ ଚାକିରି କରିବା ସହ କରାଟେ ତାଲିମ ନେଲେ। ପ୍ରାୟ ୧୦ ବର୍ଷ ଚାକିରି ପରେ ସେ ଅଧିକ କରାଟେ ତାଲିମ ପାଇଁ ଚୀନ୍‌ ଯିବାକୁ ଇଚ୍ଛା କଲେ। ସେ ୨୦୦୫ରେ ଚୀନ୍‌ ଯାଇ ସେନ୍‌ଚେନ୍‌ ସହରରେ ଥିବା ଏକ ଭାରତୀୟ ରେସ୍ତୋରାଁରେ ୱେଟର ଭାବେ ୧୦ ହଜାର ଟଙ୍କା ଦରମାରେ କାର୍ଯ୍ୟ କଲେ। ଏହି ଅବସରରେ ସେ ମାଣ୍ଡାରିନ୍‌ ଭାଷାରେ ପାରଦର୍ଶିତା ହାସଲ ସହ କରାଟେ ଅଭ୍ୟାସ କଲେ। ଅଧିକ ଶିକ୍ଷା ପାଇଁ ସାଓଲିନ୍‌ ବୌଦ୍ଧ ମନ୍ଦିରକୁ ଯିବା ପାଇଁ ସେ ଚାହୁଁଥିଲେ ମଧ୍ୟ ଅର୍ଥ ବାଧକ ଥିଲା। ଇତିମଧ୍ୟରେ ସଞ୍ଚିତ ଅର୍ଥ ଓ ଋଣରେ ୨୦୧୩ରେ ସେ ସି’ଆନ୍‌ଠାରେ ‘ରେଡ୍‌ ଫୋର୍ଟ’ ନାମରେ ଉଚ୍ଚମାନର ନିଜସ୍ବ ରେସ୍ତୋରାଁ ଖୋଲିଥିଲେ। ଏହିଠାରୁ ତାଙ୍କ ଭାଗ୍ୟୋଦୟ ହେଲା। ୨୦୧୬ରେ ରେଡ୍‌ ଫୋର୍ଟକୁ ଆସିଥିବା ଜଣେ ଚୀନ୍‌ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ତାଙ୍କର ସାକ୍ଷାତ୍‌ ପରେ ସ୍ବପ୍ନ ସାକାର ପାଇଁ ବାଟ ଖୋଲିଗଲା। ୨୦୧୭ରେ ଚୀନ୍‌ର ଏକ ଟିଭି ଧାରାବାହିକ ‘ସ୍ବାତ୍‌’ରେ ତାଙ୍କୁ ଅଭିନୟର ସୁଯୋଗ ମିଳିଲା। ସେବେଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଇତିମଧ୍ୟରେ ସେ ୩୫ଟି ଚଳଚ୍ଚିତ୍ର ଓ ଟିଭି ଧାରାବାହିକରେ ଅଭିନୟ ସହ ଅପୂର୍ବ ଲୋକପ୍ରିୟତା ଅର୍ଜନ କରିଛନ୍ତି। ‘ମାଇଁ ରୁମ୍‌ମେଟ୍‌ ଇଜ୍‌ ଏ ଡିଟେକ୍‌ଟିଭ୍‌’ରେ ଅଭିନୟ ତାଙ୍କୁ ସର୍ବାଧିକ ଲୋକପ୍ରିୟତା ଦେଇଛି। କେବଳ ସେତିକି ନୁହେଁ; ଗତ ୧୦ବର୍ଷ ମଧ୍ୟରେ ଚୀନ୍‌ରେ ‘ରେଡ୍‌ ଫୋର୍ଟ’ର ୮ଟି ଶାଖା ଖୋଲିବାରେ ସଫଳ ହୋଇଛନ୍ତି। ଏକଦା ଚାକିରି ଖୋଜୁଥିବା ଦେବ୍‌ ନିଜ ଅଞ୍ଚଳର ପ୍ରାୟ ୧୫୦ ଯୁବକଙ୍କୁ ଚୀନ୍‌ ନେଇ ନିଯୁକ୍ତି ଯୋଗାଇଛନ୍ତି। ସମ୍ପ୍ରତି ସି’ଆନ୍‌ଠାରେ ପତ୍ନୀ ଅଞ୍ଜଳି ଓ ଦୁଇ ପୁଅ ଅରବ(୧୧), ଅର୍ଣ୍ଣବ(୯)ଙ୍କ ସହ ବାସ କରୁଥିବା ଦେବ୍‌ କେବଳ ଉତ୍ତରାଖଣ୍ଡ ନୁହେଁ; କରୋନା ସମୟରେ ଜନସେବା ପାଇଁ ଚୀନ୍‌ବାସୀଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ସଂଘର୍ଷ ଦେବ୍‌ଙ୍କୁ ଦାରିଦ୍ୟରୁ ମୁକ୍ତି ଦେବା ସହ ସମାଜରେ ପ୍ରତିଷ୍ଠିତ କରାଇଛି। ଏହି ସଂଘର୍ଷ ଓ ସଫଳତାର କାହାଣୀକୁ ଚୀନ୍‌ର ସାନ୍‌ସି ପ୍ରଦେଶ ସରକାର ସପ୍ତମ ଶ୍ରେଣୀ ଇଂରାଜୀ ପୁସ୍ତକରେ ସ୍ଥାନ ଦେଇଛନ୍ତି। ‘ବଲିଉଡ୍‌ ମୁଭିସ୍‌ ଆର୍‌ ମେକିଂ ୱେଭ୍ସ ଇନ୍‌ ଚୀନ’ ଶୀର୍ଷକରେ ଏକ ବିଷୟ ପଢ଼ାଯାଉଛି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories